କର୍ତ୍ତବ୍ୟରେ ଅବହେଳା ପାଇଁ ନିଲମ୍ବିତ ହେଲେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ

ଛତ୍ରପୁର: କର୍ତ୍ତବ୍ୟରେ ଅବହେଳା ଦର୍ଶାଇ ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ଅନ୍ତର୍ଗତ ବରଡାବିଲି ଗ୍ରାମ ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀମତୀ ସନ୍ଧ୍ୟାରାଣୀ ବେହେରାଙ୍କୁ ଜିଲ୍ଲାପାଳ ନିଲମ୍ବନ କରିଛନ୍ତି | ମିଳିଥିବା ସୂଚନା ମୁତାବକ କର୍ତ୍ତବ୍ୟରେ ଅବହେଳା, ଉପରିସ୍ଥ ଅଧିକାରୀଙ୍କ ଆଦେଶ ଅବମାନନା ଓ ଉପରିସ୍ଥ ଅଧିକାରୀଙ୍କୁ ଅସଦାଚରଣ ନିମନ୍ତେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି |

ନିଲମ୍ବନ ପରେ ତାଙ୍କୁ ଉପଜିଲ୍ଲାପାଳ ଭଞ୍ଜନଗରଙ୍କ କାର୍ଯ୍ୟାଳୟରେ ଅନ୍ୟାଦେଶ ପର୍ଯ୍ୟନ୍ତ ଉପସ୍ଥିତ ରହିବାକୁ ଜିଲ୍ଲାପାଳ ଆଦେଶ ଦେଇଛନ୍ତି | ତେବେ ନିଲମ୍ବନ ସମୟରେ ଓଡିଶା ସେବା ପ୍ରାଧିକରଣ ଅଧିନିୟମ ୧୯୬୨ ଧାରା ୯୦ ଅନୁଯାୟୀ ନିଲମ୍ବନ ସମୟର ଭତ୍ତା ଦିଆଯିବ ବୋଲି ଜଣାପଡିଛି |

ସୂଚନାଯୋଗ୍ୟ ବିଗତ କିଛି ମାସ ମଧ୍ୟରେ ରାଜ୍ୟ ସରକାର କର୍ତ୍ତବ୍ୟରେ ଅବହେଳା କରୁଥିବା କର୍ମଚାରୀ ଅଥବା ବେଆଇନ କାମରେ ସମ୍ପୃକ୍ତ ରହୁଥିବା କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ନେଉଛନ୍ତି | ରାଜ୍ୟ ସରକାରଙ୍କ ଏହି କାର୍ଯ୍ୟନୁଷ୍ଠାନ ଯୋଗୁଁ ଅନେକ କର୍ମଚାରୀ ଓ ଅଧିକାରୀ ନିଜର ଚାକିରି ହରାଇସାରିଛନ୍ତି |

ସମ୍ବନ୍ଧିତ ଖବର