ଗଞ୍ଜାମରେ ଏନ୍‌କାଉଣ୍ଟର୍‌, ଦୁର୍ଦ୍ଦାନ୍ତ ଅପରାଧୀ ସୁଶାନ୍ତ ବେହେରା ଆହତ

ଗଞ୍ଜାମ: ଗଞ୍ଜାମରେ ହୋଇଛି ପୁଣି ଏନକାଉଁଟର। ଏନକାଉଁଟରରେ ଦୁର୍ଦ୍ଦାନ୍ତ ଅପରାଧୀ ସୁଶାନ୍ତ ବେହେରା ଓରଫ୍‌ କୋକୋ ଆହତ ହୋଇଥିବା ସୂଚନା ରହଇଛି। ସ୍ଥାନୀୟ ଅଞ୍ଚଳର ଜୟଶ୍ରୀ କେମିକାଲ ରାସ୍ତାରେ ପୋଲିସ ଏହି ଏନକାଉଁଟର କରିଥିବା ସୂଚନା ରହିଛି। ଦୁର୍ଦ୍ଦାନ୍ତ ଅପରାଧୀ ସୁଶାନ୍ତର ବାମ ଗୋଡ଼ରେ ବାଜିଛି ଗୁଳି। ଚିକିତ୍ସା କରାଇବା ପାଇଁ ଏମକେସେଜିରେ ହୋଇଛି ଭର୍ତ୍ତି।

ତେବେ ଅପରାଧୀ ପାଖରୁ ଗୋଟିଏ ଗୁଳି , ପିସ୍ତଲ ଓ ଗୋଟିଏ ବାଇକ ଜବତ ହୋଇଥିବା ନେଇ ମିଳିଛି ପ୍ରାଥମିକ ସୂଚନା। ଏହି ଏନକାଉଁଟର ସମୟରେ ୨ ପୋଲିସ କନେଷ୍ଟବଳ ମଧ୍ୟ ଆହତ ହୋଇଥିବା ନେଇ ମିଳିଛି ସୂଚନ। ସୁଶାନ୍ତ ନାଁରେ ଜିଲ୍ଲାର ବିଭିନ୍ନ ଥାନାରେ ରହିଛି ମାମଲା। ସୁଶାନ୍ତକୁ ଧରିବା ପାଇଁ ପୋଲିସ ପୂର୍ବରୁ ଯୋଜନା କରିଥିଲା ଆଉ ମୌକା ମିଳିବା ମାତ୍ରେ ପୋଲିସ କଲା ଏନକାଉଁଟର। ପୂର୍ବରୁ ମଧ୍ୟ ଅନେକଥର ଗଞ୍ଜାମ ପୋଲିସ ଏନକାଉଁଟର କରିଛି। ଅପରାଧକୁ ନିୟନ୍ତ୍ରଣ କରିବା ଲାଗି ପୋଲିସ ଏନକାଉଁଟର ପନ୍ଥା ଆପଣାଇଥିବା କଥା କୁହାଯାଉଛି।

ସମ୍ବନ୍ଧିତ ଖବର