ଗଞ୍ଜାମ ମାଟ୍ରିକ ପରୀକ୍ଷା ଫଳ :  ବଢିଲା ପାସ ହାର

ବ୍ରହ୍ମପୁର : ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଦଶମ ଶ୍ରେଣୀ (ମାଟ୍ରିକ) ପରୀକ୍ଷା ଫଳ ବୁଧବାର ପ୍ରକାଶ ପାଇଛି। କିନ୍ତୁ ଜିଲ୍ଲାର ଗତ ୫ ବର୍ଷର ମାଟ୍ରିକ ପରୀକ୍ଷା ଫଳକୁ ତୁଳନା କଲେ ଚଳିତ ବର୍ଷ ପାସ ହାର ଭଲ ରହିଛି କିନ୍ତୁ ମେଧା କମିଛନ୍ତି। ଆଉ ଜିଲ୍ଲାରେ ଏ-୧ ଓ ଏ-୨(ମେଧା ଛାତ୍ରଛାତ୍ରୀ)ଙ୍କ ସ˚ଖା କ୍ରମାଗତ ଗତ ଭାବେ କମିବାରେ ଲାଗିଛି। ଚଳିତ ବର୍ଷ ଗତ ପାଞ୍ଚ ବର୍ଷ ତୁଳନାରେ ଚଳିତ ବର୍ଷ କମ ପିଲା ପରୀକ୍ଷା ଦେଇଛନ୍ତି।  ପାସ ହାର ଏବଂ ଏ-୧ ଓ ଏ-୨ ଗ୍ରେଡ଼ ସଂଖ୍ୟା ବି କମିଛି।

ଚଳିତ ବର୍ଷ ଗଞ୍ଜାମ ଜିଲ୍ଲାର ରେଗୁଲାରରେ ୪୫ ୭୦୧ ଜଣ ପରୀକ୍ଷା ଦେଇଥିବା ବେଳେ ୩୭୪୭୭ ଜଣ ପାସ କରିଛନ୍ତି। ଏଥିରେ୧୯୩୬୮ ଛାତ୍ର ଏବ˚ ୩୭୪୭୭ଜଣ ଛାତ୍ରୀ। ହାରାହାରି ପାସ ହାର ରହିଛି ୮୨ ପ୍ରତିଶତ। ଜିଲ୍ଲାରେ ଏ-୧ଗ୍ରେଡରେ ରେ ୧୪୯ ଜଣ ପାସ କରଛନ୍ତି। ସେହିପରି ଚଳିତ ବର୍ଷ ଏକ୍ସ-ରେଗୁଲାର ୧୮୯୫ଜଣ ଜଣଙ୍କ ମଧ୍ୟରୁ ୧୧୬୩ ଜଣ ପାସ କରିଛନ୍ତି।  ଏକ୍ସ ରେଗୁଲାରରେ ବି-୧ରେ ଜଣେ ପାସ କରିଛନ୍ତି। ଜିଲ୍ଲାରଏକ୍ସ ରେଗୁଲାର  ପାସ ହାର ରହିଛି ୬୧.୩୭ ପ୍ରତିଶତ।

ଚଳିତ ବର୍ଷ ଗଞ୍ଜାମ ଜିଲ୍ଲାରେ ୨୧୫ଟି ପରୀକ୍ଷା କେନ୍ଦ୍ର ହୋଇଥିଲା। ୬୩୯ଟି ସ୍କୁଲର ୪୬ହଜାର ୩୩୬ ଛାତ୍ରଛାତ୍ରୀ ପରୀକ୍ଷା ଦେବା ଲାଗି ଆବେଦନ(ଫର୍ମ ପୁରଣ) କରିଥିଲେ। ୬୩୨ ଜଣ ପରୀକ୍ଷା ଦେଇ ନ ଥିଲେ ଅର୍ଥାତ ଅନୁପସ୍ଥିତ ରହିଥିଲେ। ୪୫ହଜାର ୭୦୪ଜଣ ପରୀକ୍ଷା ଦେଇଥିଲେ। ସେଥିରୁ ୩ ଜଣ ପରୀକ୍ଷାରେ କପି କରି ସ୍କ୍ବାର୍ଡ ହାତରେ ଧରାପଡିଥିଲେ। ୪୫ ୭୦୧ ଜଣ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ପ୍ରକାଶ ପାଇଛି। ସେଥିରୁ ଏ ୧ରେ ୧୪୯ଜଣ ପାସ କରିଛନ୍ତି। ଏ ୨ରେ ୯୧୩, ବି-୧ରେ ୧୯୩୫ଜଣ, ବି-୨ରେ ୩୧୯୧, ସି-୪୮୫୨, ଡି-୮୫୫୦, ଇ-୧୭୮୮୭ ପାସ କରିଛନ୍ତି। ୮୨୨୪ ଜଣ ପରୀକ୍ଷାରେ ଅକୃତକାର୍ଯ୍ୟ ଅର୍ଥାତ ଫେଲ ହୋଇଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ, ୨୦୧୫ ମସିହାରେ ଜିଲ୍ଲାରେ ୪୮ ୩୬୪ଜଣ ପରୀକ୍ଷା ଦେଇଥିଲେ। ୩୮ ୩୯୬ ପାସ ହୋଇଥିଲା। ହାରାହାରି ପାସ ହାର ଥିଲା ୭୯.୪୯ ପ୍ରତିଶତ। ଏ-୧ରେ ୩ଶହ, ଏ-୨ରେ ୧୫୧୦, ବି-୧ରେ ୩୫୦୯ଜଣ, ବି-୨ରେ ୫୯୬୩ଜଣ, ସିରେ ୮୭୬୧, ଡିରେ ୧୦୭୦୨ ଏବ˚  ଇ ଗ୍ରେଡରେ ୭୬୫୧ଜଣ ପାସ କରିଥିଲେ। ୯୯୦୪ଜଣ ଛାତ୍ରଛାତ୍ରୀ ପରୀକ୍ଷା ଅକୃତକାର୍ଯ୍ୟ ହୋଇଥିଲେ।
କିନ୍ତୁ ୨୦୧୬ ମସିହାରେ ମାଟ୍ରିକ ପରୀକ୍ଷା ପାସ ହାର ବୃଦ୍ଧି ପାଇଥିଲା କିନ୍ତୁ ଏ-୧ ଗ୍ରେଡ ସ˚ଖ୍ୟା କମିଥିଲା। ୫୦୭୪୬ଜଣ ପରୀକ୍ଷା ଦେଇଥିବା ବେଳେ ୪୨୧୪୭ଜଣ ପାସ କରିଥିଲେ। ଜିଲ୍ଲାର ପାସ ହାର ଥିଲା ୮୩.୦୫ ପ୍ରତିଶତ। ଏ-୧ରେ ୨୫୬, ଏ-୨ରେ ୧୫ଶହ, ବି-୧ରେ ୩୭୨୩, ବି-୨ରେ ୬୭୧୭, ସି ଗ୍ରେଡରେ ୧୦ହଜାର ୪୦, ଡି ଗ୍ରେଡ ୧୨୧୮୫ ଏବ˚ ଇ ଗ୍ରେଡରେ ୭୭୨୬ଜଣ ପାସ କରିଥିଲେ। ୮୫୯୯ଜଣ ଛାତ୍ରଛାତ୍ରୀ ପରୀକ୍ଷାରେ ଅକୃତକାର୍ଯ୍ୟ ହୋଇଥିଲେ।

୨୦୧୭ରେ ପାସ ହାର ଏବ˚ ଏ-୧ ସ˚ଖ୍ୟା ଯଥେଷ୍ଟ ବୃଦ୍ଧି ପାଇଥିଲା। ଜିଲ୍ଲାର ପାସ ହାର ରହିଥିଲା ୮୩.୩୬ ପ୍ରତିଶତ ଏବ˚ ୩୩୫ ଜଣ ଛାତ୍ରଛାତ୍ରୀ ଏ-୧ ଗ୍ରେଡରେ ପାସ କରିଥିଲେ।୨୦୧୭ରେ ଜିଲ୍ଲାରେ ୫୨ହଜାର ୭୦ଜଣ ଛାତ୍ରଛାତ୍ର ପରୀକ୍ଷା ଦେଇଥିଲେ। ୪୩ ହଜାର ୪୦୫ ଜଣ ପାସ କରିଥିବା ବେଳେ ୮୬୬୫ଜଣ ଫେଲ କରିଥିଲେ। ଏ-୧ରେ ୩୩୫, ଏ-୨ରେ ୧୫୬୦, ବି-୧ରେ ୩୮୭୩, ବି-୨ରେ ୭୧୫୩, ସିରେ ୧୦ହଜାର ୮୭୧ଜଣ, ଡିରେ ୧୨୫୩୦ଜଣ ଏବ˚ ଇ-ଗ୍ରେଡରେ ୭୦୮୩ ଜଣ ପାସ କରିଥିଲେ।

୨୦୧୮ରେ ଜିଲ୍ଲାର ମାଟ୍ରିକ ପରୀକ୍ଷା ବହୁତ ତଳକୁ ଖସି ଆସିଥିଲା। ଜିଲ୍ଲାରେ ୫୧୪୯୨ଜଣ ପରୀକ୍ଷା ଦେଇଥିବା ବେଳେ ପାସ କରିଥିଲେ ୩୫ହଜାର ୫୩୬ଜଣ। ଫେଲ କରିଥିଲେ ୧୪୨୫୩ଜଣ। ଜିଲ୍ଲାର ରେଗୁଲାର ହାରହାରି ପାସ ହାର ଥିଲା ୭୧.୯୪ ପ୍ରତିଶତ। ୧୭୪ ଜଣ ଛାତ୍ରଛାତ୍ରୀ ଏ-୧ ଗ୍ରେଡରେ ପାସ କରିଥିଲେ। ଏ-୨ରେ ୧୦୮୮, ବି-୧ରେ ୨୬୦୯, ବି-୨ରେ ୪୬୬୫, ସିରେ ୭୪୯୮, ଡି-୧୧୮ ଏବ˚ ଇ ୯୩୧୪ଜଣ ପାସ କରିଥିଲେ। ଗତ ୫ବର୍ଷର ପରୀକ୍ଷା ଫଳ ଅନୁଧ୍ୟାନ କଲେ ଚଳିତ ସବୁଠାରୁ କମ ପିଲା ପରୀକ୍ଷାରେ ଅ˚ଶ ଗ୍ରହଣ କରିଥିଲେ। ଆଉ ପାସ ହାର ଏବ˚ ଏ-୧ ଏବ˚ ଏ-୨ ସ˚ଖ୍ୟା ମଧ୍ୟ ହ୍ରାସ ପାଇଛି।

ସେହିପରି ୨୦୧୯ରେ ୪୮୩୦୬ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୩୪୭୦୩ ଜଣ ପାସ କରିଥିଲେ। ପାସ ହାର ଥିଲା ୭୧.୮୫ ପ୍ରତିଶତ। ଏ-୧ରେ ୧୭୦ଜଣ, ଏ-୨ରେ ୧୦୦୪ଜଣ, ବି-୧ରେ ୨୩୩୮ଜଣ, ବି-୨ରେ ୩୯୨୬ଜଣ ପାସ କରିଥିଲେ।
ଗତ ୬ବର୍ଷ ତୁଳନାରେ ସବୁଠାରୁ କମ୍‌ ପିଲା ଏ-୧ରେ ପାସ କରିଛନ୍ତି। କିନ୍ତୁ ଗତ ଦୁଇ ବର୍ଷ ହେଲା ଜିଲ୍ଲାର ପାସ ହାସ ୭୨ ପ୍ରତିଶତ ମଧ୍ୟରେ ସୀମିତ ରହିଥିଲା। ଚଳିତ ବର୍ଷ ପାସ ହାର ବୃଦ୍ଧି ପାଇଛି। ମୋଟାମୋଟି ଭାବେ ଜିଲ୍ଲାରେ ପାସ ହାର ବୃଦ୍ଧି ପାଇଥିବା ବେଳେ ମେଧା ଛାତ୍ରଛାତ୍ରୀ କମିବା ଜିଳ୍ଲା ପାଇଁ ଚିନ୍ତାଜନକ ହୋଇଛି।

ବର୍ଷ     ରେଗୁଲାର ପାସ ହାର    ଏ ୧ ଗ୍ରେଡ୍‌
୨୦୧୫          ୭୯.୪୯                 ୩୦୦
୨୦୧୬          ୮୩.୦୫                ୨୫୬
୨୦୧୭          ୮୩.୩୬               ୩୩୫
୨୦୧୮           ୭୧.୯୪             ୧୭୪
୨୦୧୯            ୭୧. ୮୫            ୧୭୯
୨୦୨୦            ୮୨.୦୦            ୧୪୯

ସମ୍ବନ୍ଧିତ ଖବର