ଗଞ୍ଜାମ: ଏନ୍‌କାଉଣ୍ଟ୍‌ର ବେଳେ ଜଣେ ଅପରାଧୀ ଓ ଚାରି ଜଣ ପୁଲିସ ଆହତ

ଗଞ୍ଜାମ: ଶୁକ୍ରବାର ଭୋର୍‌ ୪ଟା ବେଳେ ଖଲ୍ଲିକୋଟ ଥାନା ଅନ୍ତର୍ଗତ ନାରାୟଣୀ ମନ୍ଦିର ରାସ୍ତାରେ ପୁଲିସ ସହ ଗୁଳି ବିନିମୟ କରି ଜଣେ ଦୁର୍ଦ୍ଦାନ୍ତ ଅପରାଧୀ ଆହତ ହୋଇଛି ଓ ତା’ର ଜଣେ ସହଯୋଗୀ ଘଟଣାସ୍ଥଳରୁ ଖସି ପଳାଇଯାଇଛି।

ଏହି ଘଟଣାରେ ଚାରି ଜଣ ପୁଲିସ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି। ଆହତ ପୁଲିସଙ୍କ ମଧ୍ୟରେ ଅଛନ୍ତି ଖଲ୍ଲିକୋଟ ଥାନା ଇନ୍‌ସ୍‌ପେକ୍ଟର୍‌।

ଆହତ ଅପରାଧୀ ହେଉଛି ମନୋଜ ସ୍ୱାଇଁ। ଚିକିତ୍ସା ପାଇଁ ଆହତ ମନୋଜକୁ ପ୍ରଥମେ ଖଲ୍ଲିକୋଟ ଏବଂ ପରେ ଏମ୍‌କେସିଜିକୁ ସ୍ଥାନାନ୍ତର କରଯାଇଛି।

ତା’ ନିକଟରୁ ଗୋଟିଏ ମାଉଜର୍‌, ଦୁଇଟି ଗୁଳି, ଗୋଟିଏ ମଟରସାଇକେଲ୍‌ ଓ ଗୋଟିଏ ମାଗାଜିନ୍‌ ଜବତ କରାଯାଇଛି।

ଗଞ୍ଜାମ ପୁଲିସର ଏହା ଥିଲା ୬୦ତମ ଏନ୍‌କାଉଣ୍ଟର୍‌ ଏବଂ ମନୋଜ ହେଉଛି ୬୫ତମ ଶିକାର।

ସମ୍ବନ୍ଧିତ ଖବର