୧୫ ଦିନ ଲାଗି ଗଞ୍ଜାମର ସବୁ ସହର ସିଲ,  ୪୧ ପ୍ଲାଟୁନ୍‌ ଫୋର୍ସ ମୁତୟନ,  ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ମନା

ବ୍ରହ୍ମପୁର/ଛତ୍ରପୁର: ଗଞ୍ଜାମ ଜିଲ୍ଲାରେ କରୋନା ମହାମାରୀ ଆତଙ୍କ ଖେଳାଇଛି। ଗାଁରୁ ସହର କରୋନା ବାଣ୍ଟି ହୋଇ ଚାଲିଛି, ସଂକ୍ରମଣ ବ୍ୟାପିଗଲାଣି । କରୋନା ପ୍ରଭାବରେ ଜିଲ୍ଲାର ସହରାଞ୍ଚଳ ବେଶି ପ୍ରଭାବିତ ହୋଇଛି । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାର ସମସ୍ତ ୧୮ଟି ଯାକ ସହରାଞ୍ଚଳକୁ ୫ଦିନ ପାଇଁ ସଟ୍‌ଡାଉନ୍‌ କରି ସମୂହ ସ୍ବାସ୍ଥ୍ୟ ଯାଞ୍ଚ କରାଯାଇଛି ।

ଗତକାଲି ମଧ୍ୟରାତ୍ରିରୁ ସଟ୍‌ଡାଉନ୍‌ ଅବଧି ଶେଷ ହୋଇଛି। ସହରରେ ଗହଳି ହୋଇ ପୁଣି କରୋନା ସ˚କ୍ରମଣ ବୃଦ୍ଧି ପାଇବା ଆଶଙ୍କା ଥିବାରୁ ଗାଁ-ସହର ଲିଙ୍କ୍‌ କାଟିବାକୁ ବ୍ରହ୍ମପୁର ମହାନଗର, ହିଞ୍ଜଳି ପୌରାଞ୍ଚଳ ଓ ୧୬ଟି ଏନ୍‌ଏସିକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ୧୫ଦିନ ପାଇଁ ସିଲ୍‌ କରାଯାଇଛି। ୧୩ତାରିଖ ମଧ୍ୟରାତ୍ରୀରୁ ୨୮ତାରିଖ ମଧ୍ୟରାତ୍ରୀ ଯାଏ ଏହି କଟକଣା ବଳବତ୍ତର ରହିବ। ସହରାଞ୍ଚଳ ମଧ୍ୟକୁ କେହି ପ୍ରବେଶ କରିପାରିବେ ନାହିଁ କି ସହରାଞ୍ଚଳରୁ କେହି ବାହାରକୁ କୌଣସି ବ୍ଲକ୍‌କୁ ଯାଇ ପାରିବେନି। ଯାନବାହାନ ଚଳାଚଳ ଉପରେ ସମ୍ପୂର୍ଣ ରୋକ୍‌ ଲଗାଯାଇଛି। ଜରୁରୀ କ୍ଷେତ୍ରରେ ସମ୍ପୃକ୍ତ ଉପଜିଲ୍ଲାପାଳଙ୍କ ଠାରୁ ଅନୁମତି ଆଣି ଯାଇ ପାରିବେ। କୃଷି ସମ୍ବନ୍ଧୀୟ ଓ ମତ୍ସ୍ୟ, ପଶୁପାଳନ ଏବ˚ ମଣ୍ତି କ୍ଷେତ୍ରରେ କଟକଣା କୋହଳ ରହିବ। ସ୍ଥାନୀୟ ପୁଲିସ ଯାଞ୍ଚ କଡ଼ାକଡି କରାଯାଇଛି। ବ୍ରହ୍ମପୁର ମହାନଗର, ହିଞ୍ଜଳି ପୌରସ˚ସ୍ଥା ଓ ଏନ୍‌ଏସି କର୍ତ୍ତୃପକ୍ଷ ଏହି କଟକଣା ସ˚କ୍ରାନ୍ତରେ ଜନସାଧାରଣଙ୍କୁ ଡାକବାଜି ଜରିଆରେ ଅବଗତ କରାଉଛନ୍ତି ।

ସ୍ଥାନୀୟ ତହସିଲଦାର ମାନଙ୍କୁ ନିର୍ବାହୀ ମାଜିଷ୍ଟ୍ରେଟ୍‌ ଭାବେ ନିଯୁକ୍ତ କରାଯାଇଛି । ସହରାଞ୍ଚଳରେ ଆଇନଶୃଙ୍ଖଳା ରକ୍ଷା ଓ ଯାଞ୍ଚ୍‌ କଡ଼ାକଡ଼ି ପାଇଁ ଦୁଇ ପୁଲିସ ଜିଲ୍ଲା ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। ଗଞ୍ଜାମ ପୁଲିସ ପକ୍ଷରୁ ୨୯ ପ୍ଲାଟୁନ୍‌ ପୁଲିସ ଫୋର୍ସ ମୁତୟନ କରାଯାଇଛି। ହିଞ୍ଜଳି ପୌରାଞ୍ଚଳ ଓ ୧୨ଟି ଏନ୍‌ଏସିରେ ୩୦ଟି ଅସ୍ଥାୟୀ ଚେକ୍‌ପୋଷ୍ଟ୍‌ କରାଯାଇଛି। ଏହି ବ୍ୟବସ୍ଥା ଜଣେ ଅତିରିକ୍ତ ଏସ୍‌ପି ତଦାରଖ କରୁଛନ୍ତି। ୯ ଡିଏସ୍‌ପି, ୨୪ ଜଣ ଇନ୍ସପେକ୍ଟର ମୁତୟନ ହୋଇଛନ୍ତି। ସେହିପରି ବ୍ରହ୍ମପୁର ପୁଲିସ ଜିଲ୍ଲା ପକ୍ଷରୁ ବ୍ରହ୍ମପୁର ମହାନଗର, ଚିକିଟି, ଦିଗହପହଣ୍ତି, ଓ ଗୋପଳପୁର ଏନ୍‌ଏସିରେ ୧୨ ପ୍ଲାଟୁନ୍‌ ଫୋର୍ସ ମୁତୟନ କରାଯାଇଛି। ୧୪ଜଣ ଆଇଆଇସି, ୭ଜଣ ଡିଏସ୍‌ପି, ୨ ଅତିରିକ୍ତ ଏସ୍‌ପି ଏହାକୁ ତଦାରଖ କରିବେ ।

ସମ୍ବନ୍ଧିତ ଖବର