ଗଞ୍ଜାମ ଜିଲ୍ଲାରୁ ଆଜି ଚିହ୍ନଟ ୧୯ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ କେରଳରୁ ଫେରିଛନ୍ତି, ୧୮ଜଣ ସୁରତ ଫେରନ୍ତା

ଭୁବନେଶ୍ୱର: ଆଜି ଗଞ୍ଜାମ ଜିଲ୍ଲାରୁ ଚିହ୍ନଟ ହୋଇଥିବା ୧୯ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ କେରଳରୁ ଫେରିଥିବା ବେଳେ , ଅନ୍ୟ ୧୮ ଜଣ ସୁରତରୁ ଫେରିଛନ୍ତି । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆାଯାଇଛି।

ସୂଚନା ରାଜ୍ୟ ସରକାର ଆଜି ଚିହ୍ନଟ ହୋଇଥିବା ସମସ୍ତ ୨୬ ଆକ୍ରାନ୍ତଙ୍କର ତଥ୍ୟ ପ୍ରଦାନ କରିଛନ୍ତି। ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ପ୍ରଦତ୍ତ ସୂଚନା ଅନୁଯାୟୀ, ଜଣଙ୍କୁ ଛାଡ଼ି ସମସ୍ତେ ସୁରତ ଫେରନ୍ତା ଓ ଅଧିକାଂଶଙ୍କଠାରେ ଲକ୍ଷଣ ଥିଲା।  ଗଞ୍ଜାମ ଜିଲ୍ଲାର ସମସ୍ତ ୧୯ ଆକ୍ରାନ୍ତଙ୍କ ମଧ୍ୟରୁ ୧୮ଜଣ  ସୁରତ ଓ ଜଣେ କେରଳ ଫେରନ୍ତା । ଏମାନଙ୍କ ଭିତରେ ବୟସ ୧୮ରୁ ୫୮ ବର୍ଷର ପୁରୁଷ ଥିବା ଏଥିରେ କୁହାଯାଇଛି।

ଆଜି ଚିହ୍ନଟ ହୋଇଥିବା ଗଞ୍ଜାମ ଜିଲ୍ଲାର ଆକ୍ରାନ୍ତଙ୍କ ବୟସ  ୨୬, ୪୫, ୨୧, ୩୮, ୪୦,୩୩, ୪୫., ୩୧, ୨୩, ୪୭, ୩୫,୨୪, ୩୦, ୧୮, ୨୯, ୫୭, ୩୮, ୩୧, ଏବଂ ୫୮ ବର୍ଷ ବୋଲି ଏଥିରେ ସୂଚନା ଦିଆଯାଇଛି।

ଠିକ୍ ସେହିପରି କେନ୍ଦ୍ରାପଡ଼ା ଜିଲ୍ଲାରୁ ଚିହ୍ନଟ ୫ ଆକ୍ରାନ୍ତଙ୍କ ବୟସ  ୩୨, ୩୩, ୨୭, ୩୫ ଓ ୩୧ ବର୍ଷ । ଅପରପକ୍ଷରେ ଭଦ୍ରକରେ ଚିହ୍ନଟ ହୋଇଥିବା ଦୁଇ କରୋନା ଆକ୍ରାନ୍ତଙ୍କ ବୟସ ୨୧ ଓ ୪୧ ବର୍ଷ।

ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୪୫କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର