ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଅଧିନ ସୋରଡ଼ା ଗ୍ରାମରେ ରୋଷେଇ ଘରେ ଥିବା ଏଲପିଜି ସିଲିଣ୍ଡରରୁ ଗ୍ୟାସ୍ ଲିକ୍ ହୋଇ ନିଆଁ ଲାଗିବା ଫଳରେ ମା' ଓ ପୁଅ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି ।
ସୋରଡ଼ା କୃଷ୍ଣ ଲୀଳା ସାହିରେ ରହୁଥିବା ପି.ରବିନ୍ଦ୍ର ପାତ୍ରଙ୍କ ଘରେ ଏହି ଘଟଣା ଘଟିଛି ଯାହା ଫଳରେ ଘରେ ଥିବା ତାଙ୍କ ଧର୍ମପତ୍ନୀ ପି.ସ୍ବପ୍ନାରାଣୀ ପାତ୍ର ଏବଂ ପୁଅ ପି.ଓମ୍ ସାଇ ପାତ୍ର ଗୁରୁତର ଭାବେ ଆହତ ହୋଇ ସୋରଡ଼ା ଗୋଷ୍ଠି ସ୍ବାସ୍ଥ କେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି । ଘଟଣାସ୍ଥଳରେ ସୋରଡ଼ା ଅଗ୍ନିଶମ ବାହିନୀ ପହଞ୍ଚି ଆହାତ ମାନଙ୍କୁ ଉଦ୍ଧାର କରିବା ସହ ନିଆଁକୁ ଆୟତ୍ତ କରିଥିଲେ।
/sambad/media/post_attachments/wp-content/uploads/2020/10/WhatsApp-Image-2020-10-20-at-20.20.36-472x1024.jpeg)
ସୂଚନା ଅନୁଯାୟୀ, ଆଜି ଅପରାହ୍ନ ସମୟରେ ରବିନ୍ଦ୍ର ଘରେ ନଥିବା ସମୟରେ ତାଙ୍କ ପତ୍ନୀ ସ୍ବପ୍ନାରାଣୀ ଏକ ନୂଆଁ ଗ୍ୟାସ୍ ସିଲିଣ୍ଡରକୁ ଚୁଲା ସହ ସଂଯୋଗ କରିଥିବା ବେଳେ ସେଥିରୁ ଗ୍ୟାସ୍ ଲିକ୍ ହୋଇଥିଲା । ଏହାପରେ ସେଥିରେ ରୋଷେଇ କରିବା ପାଇଁ ଚୁଲା ଲଗାଇବା ସମୟରେ ହଠାତ୍ ଗ୍ୟାସ୍ ସିଲିଣ୍ଡରରେ ନିଆଁ ଲାଗିଯାଇଥିଲା। ଏହାପରେ ଉଭୟ ଏଥିରେ ଆହତ ହେବା ସହ ଚିତ୍କାର କରିଥିଲେ । ମାଆ ପୁଅଙ୍କ ପାଟି ଶୁଣି ସ୍ଥାନୀୟ ଲୋକେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଏହାପରେ ଅଗ୍ନିଶମ ବାହିନୀ ସେଠାରେ ପହଞ୍ଚି ମା' ଓ ପୁଅଙ୍କୁ ସୋରଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିବା ସହ ଗ୍ୟାସ୍ ସିଲିଣ୍ଡରକୁ ବାହାର କରି ନିଆଁ ଲିଭାଇଥିଲେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/WhatsApp-Image-2020-10-20-at-20.20.38.jpeg)