ବ୍ରହ୍ମପୁର: ବଡ଼ ବଜାର ଥାନା ଅନ୍ତର୍ଗତ ଫାଷ୍ଟଗେଟ ଗାୟତ୍ରୀନଗରରେ ଆଜି ସ˚ଧୢାରେ ଭୟାବହ ଅଗ୍ନିକାଣ୍ତ ଘଟିଛି। ଗ୍ୟାସ୍ ଲିକ୍ରୁ ଅଗ୍ନିକାଣ୍ତ ଘଟି ୩ଟି ପରିବାରର ୪ଜଣ ଆହତ ହୋଇଛନ୍ତି। ତନ୍ମଧୢରେ ଜଣେ ୫ବର୍ଷର ଶିଶୁ ରହିଛନ୍ତି। ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ଆହତଙ୍କୁ ଚିକିତ୍ସା ପାଇଁ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି।
ଗାୟତ୍ରୀନଗରର ନିବାସୀ ଚିତ୍ତର˚ଜନ ପାଣିଗ୍ରାହୀଙ୍କ ଘର ତଳ ମହଲାରେ ଦୁଇଟି ପରିବାର ଭଡ଼ାରେ ରହୁଛନ୍ତି। ଘର ମାଲିକ ଚିତ୍ତର˚ଜନ ପ୍ରଥମ ମହଲାରେ ରହୁଛନ୍ତି। ତଳ ମହଲାରେ ଗୌତମ ଚୌଧୁରୀ ଓ ସନ୍ତୋଷ ପଣ୍ତା ସପରିବାର ନେଇ ରହୁଛନ୍ତି। ସ˚ଧୢାରେ ଚିତ୍ତର˚ଜନଙ୍କ ପତ୍ନୀ ମିଲି ପାଣିଗ୍ରାହୀ ଓ ସନ୍ତୋଷଙ୍କ ପତ୍ନୀ ସନ୍ତୋଷିନୀ ଏବ˚ ପୁଅ ମାଧବ(୫) ତଳ ମହଲା ବାରଣ୍ତାରେ ବସି କଥା ହେଉଥିଲେ। ଏହି ସମୟରେ ହଠାତ୍ ଗୌତମଙ୍କ ଘରେ ଅଗ୍ନିକାଣ୍ତ ଘଟିଥିଲା। ଦେଖୁ ଦେଖୁ ନିଆଁ ଚାରିଆଡେ଼ ବ୍ୟାପି ଯାଇଥିଲା। ଗ୍ୟାସ୍ ଲିକ୍ ହୋଇ ହୁତ୍ହୁତ୍ ହୋଇ ନିଆଁ ଜଳି ଉଠିଥିଲା। ଏଥିରେ ଗୌତମ, ମିଲି ସନ୍ତୋଷିନୀ ଏବ˚ ମାଧବ ପୋଡ଼ି ଆହତ ହୋଇଥିଲେ। ଘରୁ ଧୂଆଁ ବାହାରୁଥିବା ଦେଖି ପଡେ଼ାଶୀ ଲୋକେ ସେଠାରେ ରୁଣ୍ତ ହୋଇଥିଲେ। ସମସ୍ତଙ୍କୁ ଉଦ୍ଧାର କରି ତୁରନ୍ତ ବଡ଼ ମେଡିକାଲ ସ୍ଥାନାନ୍ତର କରିଥିଲେ। ସମସ୍ତଙ୍କ ଶରୀରର ଅଧିକା˚ଶ ଅ˚ଶ ପୋଡ଼ି ଯାଇଛି। ବ୍ରହ୍ମପୁର ଫାୟାର୍ ଷ୍ଟେସନ୍ ଏଏଫ୍ଓ ସନାତନ ମହାପାତ୍ରଙ୍କ ନେତୃତ୍ବରେ ଦୁଇଟି ଦମକଳ ଗାଡ଼ି ଓ ୧୦ଜଣ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଏହି ଅଗ୍ନିକାଣ୍ତରେ କେତେ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି ତାହା ଅଦ୍ୟାବଧି ସ୍ପଷ୍ଟ ହୋଇ ନାହିଁ।
ଗ୍ୟାସ୍ ଲିକ୍ରୁ ଅଗ୍ନିକାଣ୍ତ:ଶିଶୁ ସମେତ ୪ ଆହତ
/sambad/media/post_attachments/wp-content/uploads/2018/12/ganjam.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)