ଗେରେଡା ପିଇଓଙ୍କଠୁ ଭତ୍ତା ଟଙ୍କା ଲୁଟ୍‌ ମାମଲା:ମାଷ୍ଟରମାଇଣ୍ଡ ଛୋଟାର ସହଯୋଗୀ ସମେତ ୩ ଗିରଫ

ମାଉଜର୍‌, ବାଇକ୍‌ ଜବତ

ଭଂଜନଗର,: ଗତ ଜୁନ୍‌ ୧୩ ତାରିଖରେ ଜଗନ୍ନାଥପ୍ରସାଦ ବ୍ଲକ ଗେରେଡା ପିଇଓ ବସନ୍ତ କୁମାର ସାହୁଙ୍କଠୁ ୨.୧୦ ଲକ୍ଷ ଭତ୍ତା ଟଙ୍କା ଲୁଟ୍‌ ମାମଲାରେ ପୁଲିସ ଆଉ ଜଣେ ଅଭିଯୁକ୍ତ ଓ ତା’ର ଦୁଇ ସହଯୋଗୀକୁ ଗିରଫ କରିଛି। ଗିରଫ ମାନେ ହେଲେ ପ୍ରତାପୁରର ସତ୍ୟ ମଲ୍ଲିକ ଓ ତା’ର ଦୁଇ ସହଯୋଗୀ କୁରାଡିହାର ଗୁନା ଗୌଡ଼ ଓରଫ୍‌ ମହେନ୍ଦ୍ର ପ୍ରଧାନ ଏବଂ ଭଂଜନଗର ଖାଲାସାହିରେ ରହୁଥିବା ଚିନ୍ନା ଓରଫ ପି.ଭବାନୀ ପ୍ରସାଦ। ସେମାନଙ୍କଠୁ ୨୦ହଜାର ଟଙ୍କା, ଦୁଇଟି ବାଇକ୍‌ ଓ ମାଉଜର୍‌ ଆଦି ଜବତ ହୋଇଥିବା ଭଂଜନଗର ଏସ୍‌ଡିପିସ ଉତ୍କଳ କେଶରୀ ଦାଶ ଓ ତାରସିଂ ଥାନା ଅଧିକାରୀ ପ୍ରକାଶ କୁମାର ସାହୁ ସୂଚନା ଦେଇଛନ୍ତି । ପୂର୍ବରୁ ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ବୋଲାଉଥିବା ପ୍ରତାପୁରର ଋତୂପୂର୍ଣ୍ଣ ଗୌଡ଼ ଓରଫ୍‌ ଛୋଟାକୁ ଗିରଫ କରାଯାଇ ତା’ଠାରୁ ୭୦ହଜାର ଟଙ୍କା ଜବତ ହୋଇଥିଲା।
ଗତ ଜୁନ ୧୩ ତାରିଖରେ ଗେରେଡ଼ା ପିଇଓ ବସନ୍ତ କୁମାର ସାହୁ ୨ଲକ୍ଷ ୧୦ହଜାର ଟଙ୍କା ଧରି ଭତ୍ତା ବିତରଣ କରିବାକୁ ଯାଉଥିବା ବେଳେ ରାସ୍ତାରେ ଛୋଟା ଏବଂ ତା’ର ସହଯୋଗୀ ମାନେ ତାଙ୍କୁ ଅଟକାଇ ଟଙ୍କା ଲୁଟି ନେଇଥିଲେ। ଘଟଣାର ୬ଦିନ ମଧ୍ୟରେ ମାଷ୍ଟରମାଇଣ୍ଡ ଛୋଟାକୁ ଗିରଫ କରାଯାଇଥିବା ବେଳେ ଅନ୍ୟ ଅଭିଯୁକ୍ତଙ୍କୁ ଧରିବାକୁ ତଦନ୍ତ ଜାରି ରହିଥିଲା। ଛୋଟାର ସହଯୋଗୀ ସତ୍ୟକୁ ଆଜି ଭଂଜନଗରର ମାଲସାହିରେ ରହୁଥିବା ଭଡା ଘରୁ ଗିରଫ ସହ ତା’ଠାରୁ ୨୦ହଜାର ଟଙ୍କା ଜବତ ହୋଇଥିଲା। ସେହିପରି ଲୁଟ୍‌ରେ ବ୍ୟବହୃତ ଗୋଟିଏ ବାଇକ୍‌ ସହ ଏହାର ମାଲିକ ଗୁନାକୁ ଭଂଜନଗର ମରାଠୀ ସାହିରୁ ଗିରଫ କରାଯାଇଥିଲା। ଘଟଣା ପରେ ଗୁନା ତାର ବାଇକ୍‌ର ମାଲିକାନାକୁ କନ୍ଧମାଳ ଜିଲ୍ଳାର ଜଣେ ବ୍ୟକ୍ତିଙ୍କୁ ହସ୍ତାନ୍ତର କରିଥିଲା। ସେହିପରି ବ୍ୟବହୃତ ହୋଇଥିବା ବନ୍ଧୁକଟି ଭଂଜନଗର ଖାଲାସାହିରେ ରହୁଥିବା ଭବାନୀର ବେ

ସମ୍ବନ୍ଧିତ ଖବର