ନକଲି ମଦ କାରଖାନା ଉପରେ ପୁଲିସର ଚଢ଼ାଉ

ବ୍ରହ୍ମପୁର: ନକଲି ମଦ  କାରଖାନା ଉପରେ ଗୋଳନ୍ଥରା ଥାନା ପୁଲିସ ଚଢ଼ାଉ କରିଛି। ପୁଲିସ ଚଢ଼ାଉ କରି ୪ ଜଣଙ୍କୁ ଗିରଫ କରିଛି। ଏହା ସହିତ ବିପୁଳ ପରିମାଣର ନକଲି ମଦ ପ୍ରସ୍ତୁତ ସାମଗ୍ରୀ ମଧ୍ୟ ଜବତ କରିଛି। ଗିରଫ ଅଭିଯୁକ୍ତମାନେ ହେଉଛନ୍ତି ମୁନା ନାୟକ, ବୁଲୁ ପାତ୍ର, ସନିଆ ସାହୁ ଓ ନିଲୁ ସାହୁ।

ଜବତ ହୋଇଥିବା ସାମଗ୍ରୀ ମଧ୍ୟରେ ୪୦ ଲିଟର ସ୍ପିରିଟ, ୫୦୦ ଖାଲି ବୋତଲ, ୩୦୦୦ ବୋତଲର ଠିପି, ୫୦୦ ଲେବୁଲ, ୨୦ ଲିଟର ବିଭିନ୍ନ ବ୍ରାଣ୍ଡର ମଦ, ଅଟୋ ରିକ୍ସା ଓ ସ୍କୁଟି ରହିଛି। ଜାଣିବାକୁ ମିଳିଛି ଯେ ସିଂହଳା ଟାମଣା ରାସ୍ତାରେ ଥିବା ନକଲି ମଦ ଦୋକାନ ଓ ପରେ ଭେଟଝରିରେ ଥିବା ନକଲି ମଦ ପ୍ରସ୍ତୁତ ହେଉଥିବା କାରଖାନା ଉପରେ ଗୋଳନ୍ଥରା ଥାନା ପୁଲିସ ଚଢ଼ାଉ କରିଥିଲା ।

ସମ୍ବନ୍ଧିତ ଖବର