ପୁରୁଷୋତ୍ତମପୁର ସୁନା ଲୁଟ ଘଟଣା, ୧୦ ଲୁଟେରାଙ୍କ ସମେତ ମୋଟ ୧୫ ଗିରଫ, ସାଢେ ୬ କିଲୋ ସୁନା,୪ ଲକ୍ଷ ଟଙ୍କା ଜବତ

ଛତ୍ରପୁର: ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁରରେ ଗତ ମାସରେ ହୋଇଥିବା ସୁନାଲୁଟ ଘଟଣାର ପର୍ଦାଫାସ ହୋଇଛି । ଲୁଟ ହୋଇଥିବା ୬.୫ କିଲୋ ସୁନା ସହ ୪ ଲକ୍ଷରୁ ଊର୍ଦ୍ଧ୍ଵ ଟଙ୍କା ପୁରୁଷୋତ୍ତମପୁର ପୁଲିସ ଜବତ କରିଛି । ଏହା ସହିତ ପୁଲିସ ଏହି ଘଟଣାରେ ସଂପୃକ୍ତ ମୁଖ୍ୟ ଅଭିଯୁକ୍ତ କାଳିଆ ( ଘନଶ୍ୟାମ ବେହେରା) ସମେତ ମୋଟ ୧୫ ଜଣଙ୍କୁ ଗିରଫ କରିଛି ।

ଗତ ଅକ୍ଟୋବର ମାସ ୧୨ ଓ ୧୩ ତାରିଖ ରାତିରେ ପୁରୁଷୋତ୍ତମପୁରର ଗହଣା ବ୍ୟବସାୟୀ ସୁରେନ୍ଦ୍ର କୁମାର ନାୟକଙ୍କ ଘର ଝରକା ଭାଙ୍ଗି ବିପୁଳ ପରିମାଣରେ ସୁନା ଗହଣା ଲୁଟ ହୋଇଥିଲା । ଏହି ଘଟଣାର ଠିକ ଏକ ମାସ ପରେ ସବୁ ଲୁଟେରା ଧରାପଡ଼ିଛନ୍ତି । ଗିରଫ ୧୫ ଜଣଙ୍କ ମଧ୍ୟରୁ ୧୦ ଜଣ ଲୁଟେରା ହୋଇଥିବା ବେଳେ ୫ ଜଣ ସୁନାରୀ ରହିଛନ୍ତି । ଏହି ସୁନାରୀମାନେ ଚୋରି ସୁନା କିଣି ଗିରଫ ହୋଇଛନ୍ତି ।

ପୁଲିସ ତଦନ୍ତରୁ ଜଣାପଡ଼ିଛି ଯେ ସୁରେନ୍ଦ୍ରଙ୍କ ଦୋକାନରେ କାମ କରୁଥିବା ଅମିତ ବେହେରା ନାମକ କର୍ମଚାରୀଠାରୁ ତାଙ୍କ ଘରେ ଥିବା ସୁନା ସମ୍ପର୍କରେ ତଥ୍ୟ ସଂଗ୍ରହ କରି କାଳିଆ ନିଜର ସହଯୋଗୀଙ୍କ ସହ ଚୋରି କରିଥିଲା ।

ସମ୍ବନ୍ଧିତ ଖବର