ପୁଲିସ କହି ଗହଣା ଝାମ୍ପିନେଲେ

ବ୍ରହ୍ମପୁର : ବ୍ରହ୍ମପୁର ସହରରେ ଲୁଟେରାମାନେ ପୁଣିଥରେ ବରିଷ୍ଠ ନାଗରିକଙ୍କୁ ଟାର୍ଗେଟ କରିଛନ୍ତି। ଆଜି ଜଣେ ମହିଳାଙ୍କୁ ପୁଲିସ୍‌ ପରିଚୟ ଦେଇ ୭ଭରି ସୁନା ଗହଣା ଲୁଟ୍‌ କରିଛନ୍ତି। ମହିଳା ଜଣକ ‌ହେଲେ, ବଡ଼ ବଜାର ଥାନା ଅନ୍ତର୍ଗତ ଗୌଡ଼ସାହି ନିବାସୀ ପାର୍ବତୀ ବେହେରା(୭୦)। ପାର୍ବତୀ ଜଗନ୍ନାଥ ମନ୍ଦିରୁ ଫେରୁଥିବାବେଳେ ୨ ଜଣ ଯୁବକ ତାଙ୍କୁ ପୁଲିସ ପରିଚୟ ଦେଇ ସୁନା ଗହଣା କାହିଁକି ପିନ୍ଧି ଯାଉଛ ବୋଲି ପଚାରିଥିଲେ। ଭୟରେ ମହିଳା ଗହଣା ଓହ୍ଲାଇ ଦେଇଥିଲେ। ଯୁବକଦ୍ବୟ ଚଞ୍ଚକତାର ସହ ତାହାକୁ ଝାମ୍ପି ନେଇଯାଇଥିଲେ।

ସମ୍ବନ୍ଧିତ ଖବର