କଣ୍ଟିଆଗଡ଼ରେ ଘନ ଘନ ବୋମା ମାଡ଼ : ଗୋଷ୍ଠୀ ସଂଘର୍ଷରେ ୧୧ ଆହତ, ୨ ଗୁରୁତର

ଗଞ୍ଜାମ/ଛତ୍ରପୁର/ବ୍ରହ୍ମପୁର : ଦୀର୍ଘ ୫ ବର୍ଷ ପରେ ପୁଣିଥରେ ଆଜି କଣ୍ଟିଆଗଡ଼ରେ ଉତ୍ତେଜନା ଦେଖାଦେଇଛି। ଗାଁ ଦାଣ୍ଡରେ ଘନ ଘନ ବୋମା ମାଡ଼ ସାଙ୍ଗକୁ ଖଣ୍ଡା କାତି ବୁଲିଛି। ଦୁଇ ଗୋଷ୍ଠୀ ପରସ୍ପର ଆକ୍ରମଣରେ ୧୧ରୁ ଅଧିକ ଆହତ ହୋଇଛନ୍ତି। ଦୁଇ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି ଓ ସେମାନଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ପରିସ୍ଥିତି ଏଭଳି ସୃଷ୍ଟି ହୋଇଥିଲା ଯେ ଗାଁ ଭିତରକୁ ପୁଲିସ୍‌ ଓ ଆମ୍ବୁଲାନ୍‌ସ ଦୀର୍ଘ ୧ ଘଣ୍ଟା ପରେ ପଶିବାରେ ସକ୍ଷମ ହୋଇଥିଲା। ଗାଁ ଦାଣ୍ଡରେ ଆହତମାନେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଦୀର୍ଘ ୧ଘଣ୍ଟା ପଡ଼ିବା ପରେ ଆହତଙ୍କୁ ପ୍ରଥମେ ରମ୍ଭା ଓ ପରେ ଛତ୍ରପୁର ମେଡ଼ିକାଲ୍‌କୁ ପଠାଯାଇଥିଲା। ବର୍ତ୍ତମାନ ଗାଁରେ ଗଞ୍ଜାମ ଏସ୍‌ପି, ଏସ୍‌ଡିପିଓଙ୍କ ସମେତ ୪ ପ୍ଲାଟୁନ୍‌ ପୁଲିସ୍‌ ଫୋର୍ସ ମୁତୟନ ଅଛନ୍ତି। ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି।

ସମ୍ବନ୍ଧିତ ଖବର