ହିଞ୍ଜିଳି: ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ହିଞ୍ଜିଳିକାଟୁ ଅଞ୍ଚଳରେ ଗତକାଲି ରାତିରେ ଏକ ଦୋକାନରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ହିଞ୍ଜିଳି ଥାନା ଠାରୁ ମାତ୍ର ଶହେ ମିଟର ଦୂରରେ ଥିବା ଏକ ତେଜରାତି ଦୋକାନରୁ ଦୁର୍ବୃତ୍ତମାନେ ରାତିରେ ପଶି କଳାକନା ବୁଲାଇଛନ୍ତି।
ଏସଂପର୍କରେ ଦୋକାନ ମାଲିକ ପ୍ରଦୀପ ପାତ୍ର ଆଜି ସକାଳେ ଦୋକାନ ଖୋଲିବା ପାଇଁ ଆସିଥିବା ସମୟରେ ଦୋକାନ କାନ୍ଥ ଭାଙ୍ଗି ଚୋରି ହୋଇଥିବା ଦେଖିବାକୁ ପାଇଥିଲେ। ଏହାପରେ ସେ ହିଞ୍ଜିଳିକାଟୁ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଥାନା ନିକଟରେ ଏଭଳି ଘଟଣା ଘଟିଥିବାରୁ ପୁଲିସ ପାଇଁ ଏହା ଚାଲେଞ୍ଜ ସୃଷ୍ଟି କରିଛି। ପୂଜା ଓ କୁମାର ପୂର୍ଣ୍ଣିମା ମାହୋଲ ଥିବାରୁ ପୁଲିସ ପେଟ୍ରୋଲିଂକୁ କଡ଼ାକଡ଼ି କରିବା ପାଇଁ ସାଧାରଣରେ ମତ ପ୍ରକାଶ ପାଇଛି।
ହିଞ୍ଜିଳି ଥାନା ଠାରୁ ମାତ୍ର ଶହେ ମିଟର ଦୂରରେ ଥିବା ତେଜରାତି ଦୋକାନରୁ ଚୋରି ଅଭିଯୋଗ
/sambad/media/post_attachments/wp-content/uploads/2020/10/hinj.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)