ବ୍ରହ୍ମପୁର: ସ୍ବାମୀଙ୍କ ଘର ଆଗରେ ସ୍ତ୍ରୀ୍ର ଧାରଣା। ଗାଁ ଦାଣ୍ଡରେ ସର୍ବ ସମ୍ମୁଖରେ ବିବାହର ସପ୍ତାହେ ନ ବିତୁଣୁ ସ୍ତ୍ରୀକୁ ଛାଡ଼ି ସ୍ବାମୀ ଫେରାର। ଏଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ତାରସିଙ୍ଗି ଥାନା ଅଧିନ ଗାଲେରି ଗାଁରେ। ତିନି ବର୍ଷ ଧରି ଗାଲେରି ଗ୍ରାମର ଦୁଷ୍ମନ୍ତ ସାହୁଙ୍କ ସହ ବ୍ରହ୍ମପୁର ବାସିନ୍ଦା ଟିନା ସାହୁଙ୍କ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ଦୁହେଁ  ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ଦୁଷ୍ମନ୍ତଙ୍କ ପରିବାର ଲୋକେ ଟିନାଙ୍କ ସହ ବିବାହ କରିବାକୁ ବାରଣ କରିଥିଲେ।

Advertisment

publive-image

ପରେ ଦୁଷ୍ମନ୍ତ ପରିବାର ଲୋକଙ୍କ କଥାରେ ପଡ଼ି ଟିନାଙ୍କ ସହ କଥାବାର୍ତ୍ତା ବନ୍ଦ କରି ଦେଇଥି‌ଲେ। ଏହପରେ ଟିନା ଆସି ଦୁଷ୍ମନ୍ତଙ୍କ ଘର ଆଗରେ ପାଞ୍ଚ ଦିନ ଧରି ଧାରଣା ଦେବା ପରେ ସମାଜସେବୀ ପ୍ରମିଳା ତ୍ରିପାଠୀ ଆସି ପୁଅର ପରିବାର ଲୋକଙ୍କ ସହ ଆଲୋଚନା କରିଥିଲେ। ସରପଞ୍ଚ ଓ ଗାଁ ଲୋକଙ୍କ ଉପସ୍ଥିତିରେ ଗାଁ ଦାଣ୍ଡରେ ଦୁଷ୍ମନ୍ତ ଓ ଟିନାଙ୍କର ବାହାଘର ହୋଇଥିଲା। ବାହାଘର ପରେ ଉଭୟ ବ୍ରହ୍ମପୁରକୁ ଯାଇ ତିନିଦିନ ଧରି ଲଜରେ ରହିବା ପରେ ଦୁଷ୍ମନ୍ତ ଟିନାଙ୍କୁ ବାହାରକୁ ଯିବା କହି ଷ୍ଟେସନକୁ ଧରି ଯାଇଥିଲେ। ସେଠାରୁ ପାଣି ବୋତଲ ଆଣିବାକୁ ଯାଉଛି କହି ଦୁଷ୍ମନ୍ତ କୁଆଡ଼େ ଚାଲି ଯାଇଥିଲେ। ଟିନା ଚାରିଆଡ଼େ ବହୁ ଖୋଜାଖୋଜି କରିବା ପରେ ଦୁଷ୍ମନ୍ତଙ୍କୁ କେଉଁଠି ନ ପାଇବାରୁ ପୁଣି ଗାଲେରିକୁ ଆସି ଧାରଣାରେ ବସିଛନ୍ତି।

ଟିନାଙ୍କ କହିବା ଅନୁଯାୟୀ, ତାଙ୍କ ସ୍ୱାମୀ ତାଙ୍କୁ ଖୁବ ଭଲ ପାଉଛନ୍ତି, ହେଲେ ପରିବାର ଲୋକ ଟିନାଙ୍କୁ ବୋହୂ ଭାବେ ଗ୍ରହଣ କରିବାକୁ ଚାହୁଁନଥିବାରୁ ଫୋନ ମାଧ୍ୟମରେ ତାକୁ କୁମନ୍ତ୍ରଣା ଦେଇ କେଉଁଆଡେ ଫେରାର କରିଦେଇଛନ୍ତି। ଦୁଷ୍ମନ୍ତ ତାଙ୍କ ପାଖକୁ ନ ଫେରିବା ଯାଏଁ ଧାରଣା ଜାରି ରହିବ ବୋଲି ଟିନା କହିଛନ୍ତି।