ଭଞ୍ଜନଗର: ଜଣେ ସରପଞ୍ଚଙ୍କ ସ୍ୱାମୀଙ୍କ ଦବଙ୍ଗଗିରି ଏବେ ଚର୍ଚ୍ଚାର ବିଷୟ ହୋଇଛି। ରାତି ଅଧରେ ବ୍ଳକ ଭିତରେ ପଶି ସରପଞ୍ଚଙ୍କ ସ୍ୱାମୀ ଜଣେ ଜି.ଆର.ଏସଙ୍କୁ ମାରପିଟ୍ କରିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ୨୨ ନମ୍ବର ଜୋନର ପୂର୍ବତନ ଜିଲ୍ଲାପରିଷଦ ସଦସ୍ୟ ତଥା ବର୍ତ୍ତମାନ ଗାୟଗଣ୍ଡା ସରପଞ୍ଚ ପଦ୍ମଜା ପାତ୍ରଙ୍କ ସ୍ୱାମୀ ରଙ୍କନିଧି ପାତ୍ରଙ୍କ ଦବଙ୍ଗଗିରି ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।
ଜିଆରଏସଙ୍କୁ ମାଡ଼ମାରିବାର ସିସିଟିଭି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ରଙ୍କନିଧି ପାତ୍ର ବ୍ଳକକୁ ଆସି ଅଭଦ୍ରାମିର ଚରମ ସୀମା ଡେଇଁଥିବା ଦେଖିବାକୁ ମିଳିଛି। ପ୍ରଥମେ ଜଣେ ସରକାରୀ କର୍ମଚାରୀଙ୍କୁ ଗୋଟେ ପରେ ଗୋଟେ ଚାପୁଡ଼ା ମାରିବା ପରେ ନିଜ ସାଙ୍ଗରେ ଆସିଥିବା ବନ୍ଧୁଙ୍କୁ ନିର୍ଦ୍ଧୁମ ଛେଚୁଥିବା ଦେଖିବାକୁ ମିଳିଛି। ମାଡ଼ ଖାଇଥିବା ବ୍ୟକ୍ତି ଜଣଙ୍କ ହେଲେ ଗାୟଗଣ୍ଡାର ଜିଆରଏସ ପୀତାମ୍ବର ସାହୁ। ଏତେ ବଡ଼ ଘଟଣା ଘଟିବା ପରେ ବି ତାଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ, ତାକୁ ନେଇ ଏବେ ପ୍ରଶ୍ନ ଉଠିଛି।

Advertisment

ଅପରପକ୍ଷରେ ଏନେଇ ଥାନାରେ ଏତଲା ଦିଆଯାଇନାହିଁ। ଉଭୟଙ୍କ ମଧ୍ୟରେ ଆପୋଷ ବୁଝାମଣା ହୋଇଯାଇଥିବା କୁହାଯାଉଛି।