ପାତ୍ରପୁର: ଆନ୍ଧ୍ରପ୍ରଦେଶର ଇଚ୍ଛାପୁରମ ମଣ୍ଡଳର ଲୁଦୁପୁଟି ପଞ୍ଚାୟତରେ ଥିବା ବାହୁଦା ନଦୀ ପୋଲ ଭୁଶୁଡ଼ି ପଡ଼ିଛି। ପୋଲଟି ୧୯୨୬ (ବ୍ରିଟିଶ ଅମଳର)ର। ଏହି ପୋଲଟି ଗଞ୍ଜାମ ଜିଲ୍ଲା ପାତ୍ରପୁରରୁ ଆନ୍ଧ୍ରପ୍ରଦେଶକୁ ସଂଯୋଗ କରୁଥିଲା। ପୂର୍ବରୁ ଆନ୍ଧ୍ର ଜିଲ୍ଲା ପ୍ରଶାସନ ଏହି ବ୍ରିଜରେ ଭାରୀଯାନ ନ ଯିବା ପାଇଁ ନିର୍ଦ୍ଦେଶ ଦେଇଥିଲା।

Advertisment

କିନ୍ତୁ ଆଜି ସକାଳ ୬ଟା ସମୟରେ ଏକ ପଥର ବୋଝେଇ ଟ୍ରକ ଯାଉଥିବା ବେଳେ ପୋଲଟି ଭୁଶୁଡ଼ି ପଡ଼ିଥିଲା । ଯାହାଫଳରେ  କି ଇଚ୍ଛାପୁରମ ଓ ପାତ୍ରପୁରକୁ ଯୋଗାଯୋଗ ବନ୍ଦ ହୋଇଯାଇଛି।