ପୁରୁଷୋତ୍ତମପୁର: ପୁରୁଷୋତ୍ତମପୁର ବ୍ଲକ୍ ସୁନାଥର ଗ୍ରାମର ଏକ ବେଆଇନ୍ କ୍ଲିନିକ୍ ଉପରେ ତହସିଲଦାର ଓ ଡ୍ରଗ୍ ଇନ୍ସପେକ୍ଟର ମିଳିତ ଚଢ଼ାଉ କରି ବିପୁଳ ଔଷଧ, ଇଂଜକ୍ସନ୍, ସାଲାଇନ୍ ଜବତ କରିଥିଲେ। ଜବତ ସାମଗ୍ରୀ ମଧ୍ୟରେ ୧୬ ପ୍ରକାର ଔଷଧ, ୫ ପ୍ରକାର ସରକାରୀ ନିରାମୟ କେନ୍ଦ୍ରର ଔଷଧ ରହିଛି। ୩ଟି ଔଷଧର ନମୁନା ରାଜ୍ୟ ପରୀକ୍ଷାଗାରାକୁ ପଠା ଯାଇଥିବା ତଦନ୍ତକାରୀ ଅଧିକାରୀଙ୍କ ଠାରୁ ସୂଚନା ମିଳିଛି। ପ୍ରକାଶ ଯେ, ସୁନାଥର ଗ୍ରାମର ଅବସରପ୍ରାପ୍ତ ପ୍ରାଣୀ ଚିକିତ୍ସକ ସୁରେଶ ଚନ୍ଦ୍ର ପଣ୍ଡା ବେଆଇନ୍ ଭାବେ ନିଜ ଘରେ କ୍ଲିନିକ୍ କରି ଲୋକଙ୍କ ଚିକିତ୍ସା କରି ଆସୁଥିଲେ। ଏସମ୍ପର୍କରେ ଖବର ପାଇ ତହସିଲଦାର ଡ. ଇପ୍ସିତା ପ୍ରିୟଦର୍ଶନୀ ମିଶ୍ର ଓ ଡ୍ରଗ୍ ଇନସ୍ପେକ୍ଟର ଧର୍ମଦେବ ପୁହାଣ ମିଳିତ ଭାବେ ଚଢ଼ାଉ କରିଥିଲେ। ୬୧ ପ୍ରକାର ଔଷଧ ସାମଗ୍ରୀ ଜବତ କରିଥିଲେ। ସେଥିମଧ୍ୟରୁ କେତେକ ଔଷଧ ଏସ୍ଏନ୍ଜିଏଲ୍ କମ୍ପାନିର ନିରାମୟ ଔଷଧ ଏଠାକୁ କିପରି ଆସିଲା ତାକୁ ନେଇ ତଦନ୍ତ ଚଳାଇଥିବା ଜଣାପଡ଼ିଛି। ପ୍ରାଣୀ ଚିକିତ୍ସକ ଶ୍ରୀ ପଣ୍ଡାଙ୍କ ବିରୁଦ୍ଧରେ ମକଦ୍ଦମା ରୁଜୁ କରାଯିବ ବୋଲି ତହସିଲଦାର ଡ. ମିଶ୍ର ସୂଚନା ଦେଇଛନ୍ତି।
ସୁନାଥର ବେଆଇନ୍ କ୍ଲିନିକ୍ ଉପରେ ଚଢ଼ାଉ:ବିପୁଳ ସାଲାଇନ୍, ଇଂଜେକ୍ସନ ସାମଗ୍ରୀ ସହ ସରକାରୀ ଔଷଧ ଜବତ
/sambad/media/post_attachments/wp-content/uploads/2018/07/saline-.jpg)
Advertisment

Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)