ବ୍ରହ୍ମପୁର: ଆଇପିଏଲ ବେଟିଂ କରି ଅଧିକ ଲାଭବାନ ହେବା ଲାଗି ବର୍ତ୍ତମାନ ଏହି ବେଟିଂର ଚେର ଦିଲ୍ଲୀରୁ ପଲ୍ଲୀ ପର୍ଯ୍ୟନ୍ତ ଲମ୍ବିଛି। ଏହି ଖେଳ ସହରାଞ୍ଚଳଠାରୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ଚାଲିଥିବା ବେଳେ ବ୍ରହ୍ମପୁର ପୁଲିସକୁ ଏକ ବଡ଼ ସଫଳତା ମିଳିଛି। ବ୍ରହ୍ମପୁରରେ ବଡ଼ ଧରଣର ଆଇପିଏଲ୍ ବେଟିଂ ଗ୍ୟାଙ୍ଗକୁ କାବୁ କରିଛି ପୁଲିସ। ଏହି ମାମଲାରେ ୫ ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କଠାରୁ ୪ ଲକ୍ଷ ୫୬ ହଜାର ଟଙ୍କା, ୨୦୩ ଗ୍ରାମ ସୁନା, ଏକ କାର୍, ୯ଟି ମୋବାଇଲ୍ ଜବତ ହୋଇଛି। ସୂଚନା ଅନୁଯାୟୀ, ଏହି ବେଟିଂ ଅନ୍ଲାଇନ୍ ଆପ୍ ମାଧ୍ୟମରେ କୋଲକାତାରୁ ଅପରେଟ ହେଉଥିଲା।
ଏଣେ ଗତକାଲି ଧର୍ମଗଡ଼ ପୁଲିସ ଗତକାଲି ସହରର କେନ୍ଦୁମୁଣ୍ଡୀପଡ଼ାରେ ରହୁଥିବା ଜୁନାଗଡ଼ ସହରର ରାକେଶ ରଞ୍ଜନ ଚୌଧୁରୀ ଆଇପିଏଲ ବେଟିଂ କରୁଥିବା ଅଭିଯୋଗରେ ଧର୍ମଗଡ଼ ଉପଖଣ୍ଡ ପୁଲିସ ଅଧିକାରୀ ଧୀରଜ କୁମାର ଚୋପଦାର, ଧର୍ମଗଡ ଥାନାଧିକାରୀ ଦୀପାଞ୍ଜଳି ପ୍ରଧାନ ଓ ପୁଲିସ ଦଳ ଚଢ଼ାଉ କରିଥିଲେ। ଆଇପିଏଲ ବେଟିଂ କରୁଥିବା ଶ୍ରୀ ଚୌଧୁରୀଙ୍କୁ ଗିରଫ କରାଯାଇଥିଲା। ପୁଲିସ ତାଙ୍କଠାରୁ ନଗଦ ୭୦ ହଜାର ଟଙ୍କା, ଗୋଟିଏ କାର, ୮ ଟି ବିଭିନ୍ନ କମ୍ପାନିର ଦାମୀ ମୋବାଇଲ, ୨ଟି ପାସବୁକ, ବିଭିନ୍ନ ବ୍ୟାଙ୍କର ୪ଟି ଏଟିଏମ୍ କାର୍ଡ ଓ ଡେଲ କମ୍ପାନିର ଗୋଟିଏ ଲାପଟପ ଜବତ କରିଛି। ଏପରିକି ଅଭିଯୁକ୍ତ ତାଙ୍କ ସମ୍ପର୍କୀୟଙ୍କ ନାମରେ ଥିବା ଧର୍ମଗଡ ଡିସିବି ବ୍ୟାଙ୍କ, ଆକ୍ସିସ ବ୍ୟାଙ୍କର ମୋଟ ୧ କୋଟି ୪୫ ଲକ୍ଷ ଟଙ୍କାକୁ ଧର୍ମଗଡ଼ ପୁଲିସ ଫ୍ରିଜ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/97896c73-0832-4c71-9884-7ad565385c20.jpg)