ବାର୍‌ ବାର୍‌ ପ୍ଲାଜ୍‌ମା ଦାନ କରି ଚର୍ଚ୍ଚାରେ ଯବାନ, କରୋନାରୁ ନିଜେ ମୁକ୍ତ ହେବା ପରେ ଏବେ ଲୋକଙ୍କ ଚିନ୍ତା

ବ୍ରହ୍ମପୁର: ଥରେ କି ଦୁଇ ଥର ନୁହେଁ ଚତୁର୍ଥ ଥର ପାଇଁ ପ୍ଲାଜମା ଦେଇ ଚର୍ଚ୍ଚାରେ ଯବାନ । ଗଂଜାମ ଜିଲ୍ଲାର ଓଏସଏପି ଅଷ୍ଟମ ବାଟାଲିୟନରେ ସିପାହୀ ରୂପେ କାର୍ଯ୍ୟରତ ଅଛନ୍ତି ଯୁଧିଷ୍ଠିର ରାଓ । ଜିଲ୍ଲାର ପ୍ରଥମ ବ୍ୟକ୍ତି ଭାବେ ଲଗାତାର ୪ର୍ଥ ଥର ପାଇଁ ପ୍ଲାଜମା ଦାନ କରି ଚର୍ଚ୍ଚା ପାଲଟିଛନ୍ତି ଯୁଧିଷ୍ଠିର । ମହାମାରୀ ସମୟରେ ନିଜ ଦାୟିତ୍ୱ ନିର୍ବାହ କରିବା ସମୟରେ ନିଜେ କରୋନାରେ ସଂକ୍ରମିତ ହୋଇ ସେ ସୁସ୍ଥ ମଧ୍ୟ ହୋଇଥିଲେ ।

ଜରୁରୀ ସମୟରେ ସଂକ୍ରମଣ ରୋକିବା ପାଇଁ ନିଜ ପ୍ଲାଜମା ଦାନ କରିଛନ୍ତି ସେ । ଯବାନଙ୍କ ଏହି ଇଚ୍ଛାଶକ୍ତି ଲାଗି ଅଷ୍ଟମ ବାଟାଲିୟନର ଶହେରୁ ଅଧିକ ଯବାନ ପ୍ଲାଜମା ଦାନ କରିଛନ୍ତି । ଜିଲ୍ଲାର ଅନେକ କୋଭିଡ ଯୋଦ୍ଧା ଅଛନ୍ତି, ଯେଉଁମାନେ ପ୍ଲାଜମା ଦାନ କରିଛନ୍ତି । ହେଲେ ଯୁଧିଷ୍ଠିର ରାଓ ୪ର୍ଥ ଥର ପ୍ଲାଜମା ଦାନ କରି ଚର୍ଚ୍ଚା ସାଉଁଟିଛନ୍ତି ।

ସମ୍ବନ୍ଧିତ ଖବର