ଜୟପୁର: ଜୟପୁର ସଦର ଓ ଟାଉନ୍ ପୁଲିସ ପକ୍ଷରୁ ସୋମବାର ୩ଜଣ ଅପରାଧୀକୁ ଗିରଫ କରାଯାଇଛି। ଏହି ତିନିଜଣ ଅପରାଧୀ ମଧ୍ୟରୁ ଜଣେ ଗୋପବନ୍ଧୁ ନଗରରେ ବସବାସ କରୁଥିବା କାମୁଲୁ ନାଗଙ୍କ ପୁଅ କାଳୁ ନାଗ୍ ଓରଫ ହରି ବନ୍ଧୁ ନାଗ ୧୮ଟି ବଡବଡ଼ ଡକାୟତି, ଚୋରି ଓ ହତ୍ୟା ଘଟଣାରେ ସାମିଲ ଥିବା ଜଣାପଡ଼ିଛି। କାଲୁ ୨୦୧୨ ମସିହାରୁ ବିଭିନ୍ନ ପ୍ରକାର ଅପରାଧି ମାମଲାରେ ଲିପ୍ତ ଥିଲା ପୁଲିସ ପକ୍ଷରୁ ପ୍ରକାଶ। କାଳୁ ନାମରେ ଜୟପୁର ଟାଉନ୍ରେ ୫ଟି ମାମଲା ଓ ଜୟପୁର ସଦର ପୁଲିସ ଷ୍ଟେସନ୍ରେ ଗୋଟିଏ ମାମଲା ରୁଜୁ ହୋଇଛି।
ସେହିପରି ଜୟପୁର ପୁଲିସ ସୋମବାର ସକାଳେ ଅନ୍ୟ ଦୁଇଜଣ ବଡ଼ ଲୁଟେରାକୁ ଗିରଫ କରିଛି। ଏଇ ଦୁଇ ଡକାୟତ ଗତ ୨୦.୧୧.୨୦୧୭ ତାରିଖ ରାତିରେ ସିନ୍ଧିଗାଁରୁ ଜଣେ ଶ୍ରମିକଙ୍କୁ ବନ୍ଧୁକ ଓ ଛୁରୀ ଦେଖାଇ ମୋବାଇଲ ଫୋନ୍ ଓ ୧୦ହଜାର ଟଙ୍କା ଲୁଟି ନେଇଥିଲେ। ତେବେ ଟାଙ୍ଗୀ ଅଞ୍ଚଳରେ ରହୁଥିବା ଗୁଡୁୁ ଚରଣ ତିରିଆ ପୁଲିସ ଷ୍ଟେସନ୍ରେ ଏହି ମାମଲା ରୁଜୁ କରିଥିଲେ। ପୁଲିସ ଏହି ଲୁଟେରାଙ୍କ ଠାରୁ ଛୁରୀ, ଦୁଇଟି ମୋବାଇଲ ଫୋନ୍ ଓ ଗୋଟିଏ ହିରୋହଣ୍ଡା ମୋଟରସାଇକେଲ ଜବତ କରିଛି । ଦୁଇ ଲୁଟେରାଙ୍କ ନାମ ମଧ୍ୟ ଧନପତି ନାଗ୍ ଓରଫ ବୁନ୍ଦୁ (୨୫)ଙ୍କ ଘର ସୌରାଗୁଡ଼ା ଓ ବୁୁଲୁ ବାଗ୍(୨୮)ଙ୍କ ଘର ନନ୍ଦଗୁଡ଼ା ବୋଲି ଜଣାପଡ଼ିଛି।