ଖଲ୍ଲିକୋଟ ବିଧାନସଭା କ୍ଷେତ୍ର : ବିଜେଡିକୁ ଚିନ୍ତା ଗୋଷ୍ଠୀ କନ୍ଦଳ

ବ୍ରହ୍ମପୁର, (ପ୍ରଦୀପ କିେଶାର ସାହୁ): ଗଞ୍ଜାମ ଜିଲ୍ଲାର ପୁରାତନ ତଥା ମର୍ଯ୍ୟାଦାସମ୍ପନ୍ନ ବିଧାନସଭା କ୍ଷେତ୍ର ଖଲ୍ଲିକୋଟ। ଏହି କ୍ଷେତ୍ର ଅଣ କ˚ଗ୍ରେସ ଗଡ଼ ଭାବେ ପରିଚିତ। ଏବେ ବିଜେଡି ଦଖଲରେ ରହିଆସିଛି। ମୁଣ୍ତ ଉପରେ ନିର୍ବାଚନ ରହିଥିବାବେଳେ ଏହି ନିର୍ବାଚନମଣ୍ତଳୀରେ ବିଜେଡିରେ ଗୋଷ୍ଠୀକନ୍ଦଳ ତୀବ୍ର ହେବାରେ ଲାଗିଛି। ବିଜେଡିର କନ୍ଦଳରୁ ଫାଇଦା ନେବାକୁ ବିରୋଧୀ ବିଜେପି ଓ କ˚ଗ୍ରେସ ଚାହିଁ ବସିଛନ୍ତି। ଅନ୍ୟପକ୍ଷରେ ୩ ପ୍ରମୁଖ ଦଳରେ ଏକାଧିକ ଆଶାୟୀ ଉଭା େହଲେଣି।

୧୯୫୧ ମସିହାରୁ ଏହି ନିର୍ବାଚନମଣ୍ତଳୀ ରହି ଆସିଛି। ଏହି ନିର୍ବାଚନ କ୍ଷେତ୍ର ଅଧିକା˚ଶ ସମୟରେ ରାଜପରିବାର ଦଖଲରେ ରହିଥିଲା। ୧୯୮୦ରେ ତ୍ରିନାଥ ସାମନ୍ତରା (କ˚ଗ୍ରେସ) ବିଜୟୀ ହୋଇଥିଲେ। ଏହା ପରଠାରୁ ଏହି ନିର୍ବାଚନକ୍ଷେତ୍ର ଅଣ କ˚ଗ୍ରେସ ଗଡ଼ରେ ପରିଣତ ହୋଇଛି। ୧୯୮୫, ୧୯୯୦ ଓ ୧୯୯୫ରେ ଜନତା ଦଳରୁ ୨୦୦୦ ଏବ˚ ୨୦୦୪ରେ ବିଜେଡିରୁ ଏହି ନିର୍ବାଚନକ୍ଷେତ୍ରରୁ ଭି.ସୁଜ୍ଞାନ ଦେଓ ବିଜୟୀ ହୋଇଥିଲେ। ମୋଟାମୋଟି ଭାବେ ଖଲ୍ଲିକୋଟ ରାଣୀ ଭି.ସୁଜ୍ଞାନ ଦେଓ ଏହି ନିର୍ବାଚନ କ୍ଷେତ୍ରରୁ ୭ଥର ବିଧାୟିକା ହେବାର ସୋଭାଗ୍ୟ ଲାଭ କରିଛନ୍ତି।

୨୦୦୯ ସୀମା ନିର୍ଦ୍ଧାରଣରେ ଏହି ନିର୍ବାଚନ କ୍ଷେତ୍ର ଅନୁସୂଚିତ ଜାତି ବର୍ଗଙ୍କ ପାଇଁ ସ˚ରକ୍ଷିତ ହୋଇଯାଇଛି। ଖଲ୍ଲିକୋଟ ରାଣୀ ଏହି ନିର୍ବାଚନ ମଣ୍ତଳୀ ଛାଡି କବିସୂର୍ଯ୍ୟନଗର ନିର୍ବାଚନମଣ୍ତଳୀରୁ ପ୍ରତିନିଧିତ୍ବ କରୁଛନ୍ତି। ହେେଲ ତାଙ୍କର ଏଠାରେ ଦବଦବା ରହିଛି।

ଖଲ୍ଲିକୋଟ ବ୍ଲକ, ପୁରୁଷୋତ୍ତମପୁର ବ୍ଲକର ୨୪ ପଞ୍ଚାୟତ, ଖଲ୍ଲିକୋଟ ଏନ୍‌ଏସି ଓ ପୁରୁଷୋତ୍ତମପୁର ଏନ୍‌ଏସିକୁ ନେଇ ଖଲ୍ଲିକୋଟ ନିର୍ବାଚନ କ୍ଷେତ୍ର ଗଠିତ। ଏହି ଆସନ ସ˚ରକ୍ଷିତ ହେବା ପରେ ବିଜେଡି ଏହି ଆସନରୁ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କୁ ପ୍ରାର୍ଥୀ କରିଥିଲା। ପୂର୍ଣ୍ଣଚନ୍ଦ୍ର ଜଣେ ଉଚ୍ଚଶିକ୍ଷିତ ବ୍ୟକ୍ତି ହୋଇଥିବା ବେଳେ ନବରତ୍ନ କମ୍ପାନୀ ନାଲ୍‌କୋରୁ ଚାକିରି ଛାଡି ବିଜେଡିରେ ଯୋଗଦେଇ ନିର୍ବାଚନ ଲଢିଥିଲେ। ବିରୋଧୀଙ୍କୁ ପଛରେ ପକାଇ ୬୫ ହଜାର ୨୯୯ଖଣ୍ତ ଭୋଟ ପାଇ ବିଜୟୀ ହୋଇଥିଲେ। ନିଜସ୍ବ ଶୈଳୀରେ ତାଙ୍କ ନିର୍ବାଚନମଣ୍ତଳୀରେ କାର୍ଯ୍ୟ ଆରମ୍ଭ କରିଥିଲେ। ଏହାକୁ ନେଇ ଖଲ୍ଲିକୋଟ ରାଣୀ ଏବ˚ ସ୍ଥାନୀୟ ବିଧାୟକଙ୍କ ମଧ୍ୟରେ ମତଭେଦ ଆରମ୍ଭ ହୋଇଥିଲା।

୨୦୧୪ ନିର୍ବାଚନ ଫଳାଫଳ

ବିଜେଡି    ପୂର୍ଣ୍ଣଚନ୍ଦ୍ର ସେଠୀ        ୭୮,୮୪୫
କଂଗ୍ରେସ   ପାଣ୍ତବ ଜାଲି           ୨୧,୬୫୧
ବିଜେପି    ଶରତ ଚନ୍ଦ୍ର ବେହେରା ୧୫, ୩୮୨

ବର୍ତ୍ତମାନ ଖଲ୍ଲିକୋଟ ନିର୍ବାଚନମଣ୍ତଳୀରେ ବିଜେଡି ଦୁଇ ଗୋଷ୍ଠୀ। ରାଣୀ ବିଜେଡି ଓ ପୂର୍ଣ୍ଣ ବିଜେଡି ଭାବେ ରହିଛି। ଉଭୟ ଗୋଷ୍ଠୀର ବେଳେ ବେଳେ ସମାନ୍ତରାଳ କାର୍ଯ୍ୟକ୍ରମ ମଧ୍ୟ ଦେଖିବାକୁ ମିଳୁଛି। ବିରୋଧ ସତ୍ତ୍ବେ ୨୦୧୪ ନିର୍ବାଚନରେ ପୂର୍ଣ୍ଣ ପୁଣି ବିଜେଡିରୁ ଟିକେଟ ପାଇଁ ୭୮୮୪୫ଖଣ୍ତ ଭୋଟ ପାଇ ବିଜୟୀ ହୋଇଥିଲେ। ବର୍ତ୍ତମାନ ବିରୋଧୀ ଆହୁରି ସକ୍ରିୟ ହୋଇ ପଡିଛନ୍ତି। ଏହି ନିର୍ବାଚନ ମଣ୍ତଳୀରୁ ବିଜେଡି ଏକାଧିକ ଆଶାୟୀ ରହିଥିଲେ ହେଁ ଶିକ୍ଷାଗତ ଯୋଗ୍ୟତାକୁ ମାପକାଠି ଧରାଗଲେ ସମସ୍ତ ଆଶାୟୀ ସ୍ଥାନୀୟ ବିଧାୟକଙ୍କ ସହ ତୁଳନୀୟ ନୁହନ୍ତି। ତଥାପି,  ବିଜେଡିରୁ ଦୈତାରୀ ବେହେରା ଓ ସଞ୍ଜୟ ସେଠୀ ଆଶାୟୀ ରହିଛନ୍ତି। ସେହିପରି ବିଜେପିରୁ ଅବସରପ୍ରାପ୍ତ ବିଚାରପତି ଶତ୍ରୁଘ୍ନ ନାୟକ, ଭାରତୀ ବେହେରା ଏବ˚ ୨୦୦୯ରେ ବିଜେପିରୁ ଏହି ନିର୍ବାଚନ କ୍ଷେତ୍ରରୁ ପ୍ରାର୍ଥୀ ହୋଇଥିବା ମୀନା ଟହଲ ଆଶାୟୀ ଅଛନ୍ତି। କ˚ଗ୍ରେସରୁ ଗତଥର ନିର୍ବାଚନ ଲଢିଥିବା ପାଣ୍ତବ ଜାଲି, ଭୋକଲି ସେଠୀ ଓ ଅବସରପ୍ରାପ୍ତ ଉପ ଶ୍ରମ ଅଧିକାରୀ ଦୀନବନ୍ଧୁ ଅଧିକାରୀ ଆଶାୟୀ ରହିଛନ୍ତି।

ସମ୍ବନ୍ଧିତ ଖବର