ଖଲିକୋଟରେ ବିବାହ ଭୋଜିର ଆୟୋଜନ: ଚଢ଼ାଉ କଲା ପ୍ରଶାସନ, ଜରିମାନା ଦେଲେ ଆୟୋଜକ

ଖଲିକୋଟ: ମାନିଲେନି ସରକାରଙ୍କ କଟକଣା । ବିବାହ ଭୋଜିର କଲେ ଆୟୋଜନ । ଚଢ଼ାଉ କଲା ପ୍ରଶାସନ, ଜରିମାନା ଦେଲେ ଆୟୋଜକ । ସରକାର କଟକଣାକୁ ଯେତେ କଡ଼ାକଡ଼ି କଲେ ମଧ୍ୟ ଅମାନିଆ ମାନିବାକୁ ନାରାଜ । ଗାଁ ଗାଁରେ ଭୋଜିଭାତ, ତାସ ଖେଳ, କିକ୍ରେଟ ଖେଳ ଯୋଗୁ ବର୍ତ୍ତମାନ ଗ୍ରାମାଂଚଳରେ ହିଁ ସର୍ବାଧିକ କରୋନା ଆକ୍ରାନ୍ତ ଦେଖିବାକୁ ମିଳୁଛନ୍ତି । ଖଲ୍ଲିକୋଟ ବ୍ଲକ ବିକ୍ରମପୁର ଗାଁରେ ଏକ ବିବାହ ଭୋଜି ଚାଲୁଥିବା ବେଳେ ଖବର ପାଇ ସ୍ଥାନୀୟ ପ୍ରଶାସନ ତରଫରୁ ଚଢ଼ାଉ କରାଯାଇଛି ।

ବିକ୍ରମପୁର ପାଟଣା ସାହିର ସ୍ୱର୍ଗତ ରାମନାଥ ବେହେରାଙ୍କ ପୁଅ କୁନା ବେହେରାଙ୍କ ବିବାହ ଅନୁଷ୍ଠିତ ହେବା ସହ ଭୋଜିର ଆୟୋଜନ କରାଯାଇଥିଲା । ପ୍ରାୟ ୫ଶହ ଲୋକଙ୍କ ପାଇଁ ଭୋଜି ରନ୍ଧା ଯାଇଥିଲା । ମଧ୍ୟାହ୍ନରେ ଲୋକ ଖାଉଥିବା ସମୟରେ ଖବର ପାଇ ଖଲ୍ଲିକୋଟ ତହସିଲଦାର ରାଜକିଶୋର ପଟ୍ଟନାୟକ, ଥାନା ଅଧିକାରୀ ସତ୍ୟ ରଂଜନ ପ୍ରଧାନ ପହଂଚି ଭୋଜି ଖାଇବା ବନ୍ଦ କରିବା ସହ କୋଭିଡ କଟକଣା ଉଲ୍ଲଘଂନ କରିଥିବାରୁ ଆୟୋଜକଙ୍କ ଠାରୁ ୬ ହଜାର ଟଙ୍କା ଜରିମାନା ଆଦାୟ କରିଥିଲେ । ରନ୍ଧା ଯାଇଥିବା ଖାଦ୍ୟ ସାମଗ୍ରୀ ନଷ୍ଟ ନକରି ଗରିବ ଲୋକଙ୍କୁ ବାଂଟି ଦେବା ପାଇଁ ସରପଂଚ ମମତା ପ୍ରଧାନଙ୍କୁ ହସ୍ତାନ୍ତର କରିଥିଲେ ।

ସମ୍ବନ୍ଧିତ ଖବର