କୋଣାର୍କ ଏକ୍ସପ୍ରେସ ଧକ୍କାରେ ୫ ମୃତ ଘଟଣା: ସେଥିମଧ୍ୟରୁ ଜଣେ ଓଡ଼ିଶାର

ବ୍ରହ୍ମପୁର: ଗତକାଲି ଆନ୍ଧ୍ରପ୍ରଦେଶର ଟ୍ରେନ ଦୁର୍ଘଟଣାରେ ୫ ଜଣଙ୍କ ଜୀବନ ଚାଲି ଯାଇଥିଲା। ସେଥିମଧ୍ୟରୁ ଏବେ ସୁଦ୍ଧା ତିନି ଜଣଙ୍କ ପରିଚୟ ସ୍ପଷ୍ଟ ହୋଇଛି। ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ଗୁଜୁରାଳି ଗ୍ରାମର ଜଣେ ଯୁବକ ଟ୍ରେନ୍‌ ଦୁର୍ଘଟଣାର ସାମ୍ନା କରିଥିବା ଜଣାପଡ଼ିଛି। ଅଭିରାମ ନାୟକଙ୍କ ପୁଅ ଜିତୁ ନାୟକ ଟ୍ରେନ ଦୁର୍ଘଟଣାରେ ଗୁରୁତର ହୋଇଛନ୍ତି। ତାଙ୍କୁ ବିଶାଖାପାଟଣାର ଏକ ଘରୋଇ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି।

ସୂଚନା ମୁତାବକ ଜିତୁ ଦାଦନ ଖଟିବା ପାଇଁ ତାମିଲନାଡୁ ଯାଇଥିଲେ। ଆସନ୍ତା ୪ ତାରିଖରେ ବାହାଘର ଥିବାରୁ ନିଜ ଗାଁକୁ ଫେରୁଥିଲେ। କିନ୍ତୁ ବିଧିର ବିଧାନ କିଛି ଅଲଗା ଥିଲା। ଅଧ ରାସ୍ତାରେ ଦୁର୍ଘଟଣା ଘଟିବାରୁ ସେ ଆହତ ହୋଇଛନ୍ତି।

ଉଲ୍ଲେଖଯୋଗ୍ୟ, ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ୍ ଜିଲ୍ଲାରେ ଗତକାଲି ମର୍ମନ୍ତୁଦ ରେଳ ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ଘଟିଥିବା ଖବର ହସ୍ତଗତ ହୋଇଛି। ଚେନ୍ ଟାଣି ଗୋଟିଏ ଟ୍ରେନରୁ ଓହ୍ଲାଇ କିଛି ଯାତ୍ରୀ ରେଳଧାରଣା ପାର ‌ହେଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା କୋଣାର୍କ ଏକ୍ସପ୍ରେସ ଟ୍ରେନ୍ ଚଢ଼ିଯିବାରୁ ଘଟଣାସ୍ଥଳରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର