ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଅଞ୍ଚଳରେ ଜଣେ ବ୍ୟକ୍ତିକୁ ହାତୀ ଦଳି ଦେବାର ସିଧାସଳଖ ଦୃଶ୍ୟ କ୍ୟାମେରାରେ କୈଦ ହୋଇଛି । ହାତୀ ଦଳିଦେବା ପରେ ରଘୁନାଥ ମଲ୍ଲିକ ଗୁରୁତର ହୋଇପଡ଼ିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନାଯୋଗ୍ୟ, ଦିଗପହଣ୍ଡି ବନାଞ୍ଚଳ ଆଡ଼ପଡ଼ା ଗାଁକୁ କିଛିଦିନ ହେବ ହାତୀପଲ ପଶିଆସିଛନ୍ତି। ଫଳରେ ଗାଁ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ଲୋକମାନେ ଭୟରେ ବାହାରକୁ ବାହାରୁ ନାହାନ୍ତି। ହାତୀଙ୍କ ଗତିବିଧିକୁ ବନବିଭାଗ ଅନୁଧ୍ୟାନ କରିବା ସହ ସେମାନଙ୍କୁ ଘଉଡ଼ାଇବାକୁ ଚେଷ୍ଟା ଚଳାଇଛି । ତେବେ ଏହି ହାତୀପଲଙ୍କୁ ଦେଖିବାକୁ ଆସିଥିବା ସମୟରେ ଅଟୋ ଡ୍ରାଇଭର ରଘୁନାଥ ମଲ୍ଲିକଙ୍କୁ ହାତୀ ଗୋଡାଇ ଥିଲା। ସେ ହାତୀ କବଳରୁ ରକ୍ଷା ପାଇଁ ଯେତେ ଚେଷ୍ଟା କରିଥିଲେ ବି ହାତୀ ହାବୁଡରେ ପଡ଼ି ଯାଇଥିଲେ। ଫଳରେ ହାତୀ ତାଙ୍କୁ ଦଳି ଗୁରୁତର କରି ଦେଇଥିଲା। ସୌଭାଗ୍ୟବଶତଃ ରଘୁନାଥ ମଲ୍ଲିକ ମୃତ୍ୟୁମୁଖରୁ ବର୍ତ୍ତି ଯାଇଛନ୍ତି।