ବ୍ରହ୍ମପୁର : ଗୋସାଇଁନୂଆଗାଁ ଥାନା ଅନ୍ତର୍ଗତ ମୀନାକ୍ଷିନଗରରେ ରହୁଥିବା ଆଇନଜୀବୀଙ୍କ ଘରୁ ଡକାୟତି ଘଟଣାରେ ପୁଲିସ ବଡ଼ ସଫଳତା ପାଇଛି। ଏହି ଡକାୟତି ଘଟଣାର ମୁଖ୍ୟ ଷଡ଼ଯନ୍ତ୍ରକାରୀ କୁହାଯାଉଥିବା ବିଜିପୁର ବଡ଼ସାହିର ସୁକାନ୍ତ ମହାରଣା ସମେତ ୫ଜଣଙ୍କୁ ଗିରଫ କରିଛି ପୁଲିସ। ଆଇନଜୀବୀ ପାଢ଼ୀଙ୍କ ପୁଅର ସାଙ୍ଗ ସୁକାନ୍ତ ଏହି ଡକାୟତିର ମାଷ୍ଟର ମାଇଣ୍ଡ ବୋଲି ପୁଲିସ କହିଛି। ସୁକାନ୍ତ ଆଇନଜୀବୀଙ୍କ ଘରକୁ ଯିବା ଆସିବା କରୁଥିଲା। କେଉଁ ସମୟରେ ଘରେ ପୁରୁଷ ଲୋକ ଅନୁପସ୍ଥିତ ରହନ୍ତି ତାହା ଅନୁଧ୍ୟାନ କରି ଡକାୟତିର ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଥିଲା। ସୁକାନ୍ତର ଟାର୍ଗେଟ୍ ଥିଲା ୩କୋଟି ଟଙ୍କା ଲୁଟ୍ କରିବା। ପୁଲିସ ଅଭିଯୁକ୍ତଙ୍କୁ ଜେରା ବେଳେ ଏହା ଜାଣିବାକୁ ପାଇଛି। ଷଡ଼ଯନ୍ତ୍ରକାରୀ ଓ ଡକାୟତିରେ ସହଯୋଗ କରିଥିବା ଗୋଷ୍ଠୀ ମଧ୍ୟରେ ଦେଢ଼ କୋଟି ଲେଖାଏଁ ବଣ୍ଟା ହୋଇଥାନ୍ତା। ଏଭଳି ଲୁଟ୍ ଯୋଜନା ପୁଲିସକୁ ମଧ୍ୟ ଆଶ୍ଚର୍ଯ୍ୟ କରିଛି। ଗିରଫ ଡକାୟତଙ୍କ ନିକଟରୁ ୧ଲକ୍ଷ ଟଙ୍କା, ୪ଟି ମୋବାଇଲ, ୪ଟି ବାଇକ୍, ଭୁଜାଲି ଓ ହ୍ୟାଣ୍ଡ ଗ୍ଲୋବ୍ସ୍ ଜବତ ହୋଇଛି।
ସାଙ୍ଗ ଘରୁ ଡକାୟତି, ଟାର୍ଗେଟ୍ ୩ କୋଟି
/sambad/media/post_attachments/wp-content/uploads/2017/11/loot1-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)