ଛତ୍ରପୁର: ଛତ୍ରପୁର ଥାନା ଅନ୍ତର୍ଗତ ତୁଳସୀ ନଗର ୪ର୍ଥ ଲାଇନ ନିବାସୀ କିଶୋର ଚନ୍ଦ୍ର ଗୌଡ଼ଙ୍କ ଘରୁ ବଡ଼ ଧରଣର ଚୋରି ହୋଇଛି। ସୋମବାର ବିଳମ୍ବିତ ରାତିରେ ଦୁର୍ବତ୍ତମାନେ ଘରେ ପଶି ୨୫ ଭରି ସୁନା,୪୦ ଭରି ରୁପା , ନଗଦ ୨୫ ହଜାର ଟଙ୍କା ଓ ଏଟିଏମ, ଆଧାର କାର୍ଡ ସମେତ ଆନ୍ୟନ୍ୟ କାଗଜପତ୍ର ଚୋରି କରି ନେଇଯାଇଛନ୍ତି। ଏ ନେଇ ସେ ମଙ୍ଗଳବାର ସକାଳେ ଛତ୍ରପୁର ଥାନାରେ ଅଭିଯୋଗ କରିଛନ୍ତି କିଶୋର।
/sambad/media/post_attachments/wp-content/uploads/2023/10/817fe5a3-1785-4c2c-aed2-bdc4c03223a0-1024x580.jpeg)
ଘଟଣାସ୍ଥଳରେ ଛତ୍ରପୁର ଥାନା ପୁଲିସ ପହଞ୍ଚି ସରଜମିନ ତଦନ୍ତ ଆରମ୍ଭ କରିଛନ୍ତି। ଏହା ସହିତ ବିଭିନ୍ନ ସ୍ଥାନରେ ଲାଗିଥିବା ସିସି ଫୁଟେଜ ଯାଞ୍ଚ କରୁଛି ପୁଲିସ। ଘର ଭିତରେ ପରିବାର ଲୋକେ ଶୋଇଥିଲେ। ତଥାପି ଚୋର ଗ୍ୟାଙ୍ଗ ଚୋରି କରିବାରେ ସଫଳ ହୋଇଛି। ଝରକା ଭାଙ୍ଗି ଘର ଭିତରେ ପଶି ଚୋରି କରିଛନ୍ତି ଦୁର୍ବୃତ୍ତମାନେ। ଏଣୁ ପୁଲିସ ରାତ୍ର ସମୟରେ ପେଟ୍ରୋଲିଂକୁ କଡାକଡିକରିବା ନିମନ୍ତେ ଦାବି କରିଛନ୍ତି ଅଞ୍ଚଳବାସୀ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/10/f65863fb-5938-476b-bf8d-226249643976.jpeg)