ଖଲ୍ଲିକୋଟ: ଖଲ୍ଲିକୋଟ ଥାନା ମଥୁରା ଗାଁରେ ଆକାଶ ତରାଇଙ୍କ ଘରୁ ଚୋରି ହୋଇଥିବାର ଖବର ମିଳିଛି। ଦୁର୍ବୃତ୍ତମାନେ ବନ୍ଦ ଘରୁ କବାଟ ତାଡ଼ି ନେଇଗଲେ ୧୫ ଭରି ସୁନା ଓ ଏକ ଲକ୍ଷ ନଗଦ ଟଙ୍କା।
ଆକାଶଙ୍କ ପରିବାର ଘରେ ତାଲା ପକାଇ ଅଜାଙ୍କ ଘରକୁ ଯାଇଥିବା ବେଳେ ଏହି ଚୋରି ହୋଇଛି। ଦୁର୍ବୃତ୍ତମାନେ ଆକାଶଙ୍କ ଘର ସହ ଅନ୍ୟ ଜଣଙ୍କ ଘରେ ମଧ୍ୟ ଚୋରି କରିବାକୁ ଉଦ୍ୟମ କରିଥିଲେ। ଖବର ପାଇ ଘଟଣାସ୍ଥଳରେ ଖଲ୍ଲିକୋଟ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/loots.jpg)