ବାଇକ ଓଭରଟେକକୁ ନେଇ ଗଣ୍ଡଗୋଳ, ଚିକିତ୍ସାଧୀନ ଅବସ୍ଥାରେ ଯୁବକଙ୍କ ମୃତ୍ୟୁ

ଆସିକା : ଗତ ୨୬ ତାରିଖ ଅପରାହ୍ନ ରେ ସ୍ଥାନୀୟ ଥାନା ଅନ୍ତର୍ଗତ କେ. ନୂଆପଲ୍ଲୀ ଛକରେ ଏକ କାର (ଓଡ଼ି  0୭ ୱାଇ ୬୨୬୭) ଆଗକୁ ହଠାତ ଏକ ବାଇକ ( ଓଆର ୦୫ଏ ୯୭୪୦) ଦ୍ରୁତ ଗତିରେ ଚାଲି ଆସିବାରୁ କାର ରେ ଥିବା ବ୍ୟକ୍ତି  ପୋଲସରା  ଖଣ୍ଡିଆ ସାହି ର ଅଜିତ ଖଟେଇ ଓ  ପାଇଲିପଡାର ବାଦଲ ପାତ୍ର ବାଇକ ଚାଳକ ମଦନ ପଲାଇ ସହିତ ବଚସା ପରେ ହାତାହାତି ହୋଇଥିଲା । ମଦନଙ୍କ ଘର ଆସିକା ନିକଟ ହୋଇଥିବାରୁ ସେମାନଙ୍କ ସମ୍ପର୍କୀୟ ଘଟଣା ସ୍ଥଳରେ ପହଁଚି ଅଜିତ ଓ ବାଦଲ କୁ ନିର୍ଧୁମ ପିଟିଥିଲେ। ଖବର ପାଇ ପୋଲିସ ୧୦୮ଆମ୍ବୁଲାନ୍ସ ଯୋଗେ ଘଟଣା ସ୍ଥଳରୁ ଆହତମାନଙ୍କୁ ନେଇ ଆସିକା ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ର ରେ ପ୍ରାଥମିକ ଚିକିତ୍ସା ପରେ ଅଜିତ ଓ ବାଦଲ କୁ  ବ୍ରହ୍ମପୁର ସ୍ଥାନାନ୍ତର କରିଥିଲା ସେଠାରୁ ଅଧିକ ଚିକିତ୍ସା ପାଇଁ ଅଜିତ କୁ ପରିବାର ଲୋକ ଭୁବନେଶ୍ୱରର ଏକ ବେସରକାରୀ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଆଜି ଚିକିତ୍ସାଧୀନ ଅବସ୍ଥାରେ ଅଜିତ ର ମୃତ୍ୟୁ ହୋଇଛି।

ମୃତ ଅଜିତ ର ମା  ବଙ୍ଗାଳି ଖଟେଇ ଙ୍କ ଅଭିଯୋଗ ପ୍ରକାରେ ରୁଜୁ କରିଥିବା ହତ୍ୟା ଉଦ୍ୟମ ମାମଲା କୁ ହତ୍ୟା ମାମଲାରେ ପରିବର୍ତ୍ତନ କରି ଜଣେ ନାବାଳକ ସହିତ  ମଦନ ପଲାଇ  ତାର ପୁଅ  ଚନ୍ଦନ ପଲାଇ, ସତ୍ୟ ନାରାୟଣ ପରିଡା, ପ୍ୟାରୀମୋହନ ପରିଡା କୁ ଥାନା କେସ ନମ୍ବର ୬୧୮/୨୦ ପ୍ରକାରେ କୋର୍ଟ ଚାଲାଣ କରିଛି। କାର ଓ ବାଇକ କୁ ଜବତ କରିବା ସହିତ ହତ୍ୟା ରେ ଵ୍ୟଵହୃତ ଠେଙ୍ଗା ଓ ଅନ୍ୟ ମାରଣାସ୍ତ୍ର ଜବତ କରିଛି। ଏହି ମାମଲାରେ ଫେରାର ଅଭିଯୁକ୍ତ ଙ୍କୁ ଶୀଘ୍ର ଗିରଫ କରାଯିବ ବୋଲି ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ କହିଛନ୍ତି  । ଅଜିତର ମୃତଦେହକୁ କ୍ୟାପିଟାଲ ହସ୍ପିଟାଲରେ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ଚିକିତ୍ସିତ ହେଉଥିବା ବାଦଲ ପାତ୍ର ଘରକୁ ଫେରଛି।

ସମ୍ବନ୍ଧିତ ଖବର