ବ୍ରହ୍ମପୁର: ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀକୁ ତଣ୍ଟି କାଟି ହତ୍ୟା କଲା ସ୍ୱାମୀ
ବ୍ରହ୍ମପୁର: ପାରିବାରିକ କଳହର କରୁଣ ପରିଣତି ରବିବାର ରେଶମ ସହର ବ୍ରହ୍ମପୁରରେ ଦେଖିବାକୁ ମିଳିଛି। ସୂଚନା ଅନୁସାରେ ଟାଉନ୍ ଥାନା ଅନ୍ତର୍ଗତ ନିଉ ମିଲିଟାରୀ ଲାଇନ୍ରେ ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ରବି ବେହେରା ନାମକ ଜଣେ ବ୍ୟକ୍ତି ନିଜ ସ୍ତ୍ରୀ ପପିନା ବେହେରାଙ୍କୁ ତଣ୍ଟି କାଟି ହତ୍ୟା କରିଛି।
Sambad is now on WhatsApp
Join and get latest news updates delivered to you via WhatsApp
ହତ୍ୟାକାଣ୍ଡ ସଂପର୍କରେ ସୂଚନା ମିଳିବା ପରେ ପୁଲିସ ଘଟଣାସ୍ଥଳକୁ ଅଚାନକ ପହଞ୍ଚି ମହିଳାଙ୍କ ମୃତଦେହ ଉଦ୍ଧାର କରିଛି। ପୁଲିସ ପୋଷ୍ଟମର୍ଟମ ପାଇଁ ମହିଳାଙ୍କ ମୃତଦେହକୁ ହସ୍ପିଟାଲ ପଠାଇ ଦେଇଛି। ପୁଲିସ କହିଛି, ଅଭିଯୁକ୍ତ ସ୍ୱାମୀ ରବି ବେଙ୍ଗାଲୁରୁସ୍ଥିତ ଏକ କମ୍ପାନିରେ ଚାକିରୀ କରୁଥିଲା। ନିକଟରେ ସେ ବ୍ରହ୍ମପୁର ଆସଥିଲା। ରବି ସ୍ତ୍ରୀ ପପିନାଙ୍କ ସହିତ ଅଧିକାଂଶ ପାଟିତୁଣ୍ଡ କରୁଥିଲା। ସେହିଭଳି ସେ ଅନେକ ସମୟ ଗଣ୍ଡଗୋଳ କରୁଥିଲା ବୋଲି ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ସ୍ୱାମୀ-ସ୍ତ୍ରୀଙ୍କର ଝଗଡା ଆଜି ଭୟଙ୍କର ରୂପ ନେଇଥିଲା ଓ ରବି ଉତ୍ୟକ୍ତ ହୋଇ ପପିନାଙ୍କୁ ଗଳା କାଟି ହତ୍ୟା କରିଛି। ପୁଲିସ ଘଟଣାର ଅଧିକ ତଦନ୍ତ କରୁଛି।