ମାଓନେତା ସବ୍ୟସାଚୀ ଭଞ୍ଜନଗର କୋର୍ଟରେ ହାଜର:୫ ମାମଲାରେ ସାକ୍ଷ୍ୟଗ୍ରହଣ

ଭଞ୍ଜନଗର: ମାଓ ନେତା ସବ୍ୟସାଚୀ ପଣ୍ଡାଙ୍କୁ କଡା ସୁରକ୍ଷା ବଳୟରେ ବ୍ରହ୍ମପୁର ଜେଲରୁ ଭଞ୍ଜନଗର ଅତିରିକ୍ତ ଜିଲ୍ଲା ଦୌରାଜଜଙ୍କ କୋର୍ଟରେ ହାଜର କରାଯାଇଛି। ବଡଗଡ ଥାନା ଅନ୍ତର୍ଗତ ତଳପାଟଣା ଅଞ୍ଚଳରେ ମାଓ କ୍ୟାମ୍ପରୁ ଟଙ୍କା, ଗୁଳି, ଏସଏଲଆର ଓ ଔଷଧ ଜବତ ଓ ବୋର୍ଦା ନିକଟରୁ ଟିଫିନ ବୋମା ଜବତ ଆଦି ସମେତ ୫ଟି ମାମଲାରେ ସେ ହାଜର ହୋଇଛନ୍ତି। ଗତ ତିନି ଦିନ ଧରି ସେ କୋର୍ଟରେ ହାଜର ହୋଇଛନ୍ତି। ଅତିରିକ୍ତ ଜିଲ୍ଲା ‌ଦୌରାଜଜ ମହଲତ ସା ଙ୍କ ଉପସ୍ଥିତିରେ ୮ ଜଣ ସାକ୍ଷ୍ୟ ପ୍ରଦାନ କରିଥିବା ସୂଚନା ମିଳିଛି। ସରକାରଙ୍କ ପକ୍ଷରୁ ସରକାରୀ ଓକିଲ ଡ. ସୁଶାନ୍ତ କୁମାର ତ୍ରିପାଠୀ, ଏମ୍ ତାଜ ଆଦନୀ, ସୁରେନ୍ଦ୍ର କୁମାର ପଣ୍ଡା ଓ ବିମ୍ବାଧର ଷଢ଼ଙ୍ଗୀ ପରିଚଳନା କରୁଥିଲେ। ପୁଣି ଆସନ୍ତାକାଲି ଏବଂ ଆସନ୍ତା ମାସ ୭,୮ ଓ ୯ ତାରିଖରେ ହାଜର ହେବା ନେଇ ଓକିଲ ଶ୍ରୀ ତ୍ରିପାଠୀ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର