ବିବାହିତ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ବଡ଼ଆପୁଳ ଗ୍ରାମ ନୂଆସାହିରେ ଜଣେ ବିବାହିତ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମହିଳା ଜଣକ ଶାଶୁଘରେ କେହି ନଥିବା ବେଳେ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିବା କୁହାଯାଉଥିବା ବେଳେ ପୁଲିସ ହତ୍ୟା ସନ୍ଦେହରେ ସ୍ୱାମୀକୁ ଅଟକ ରଖିଛି।

ପୁଲିସ କହିବା ଅନୁସାରେ ୪ ବର୍ଷ ତଳେ ବଡ଼ଆପୁଳ ଗ୍ରାମ ନୂଆସାହିର ଅରୁଣ କରଣ ଓରଫ ମୂଷା (୨୮ ବର୍ଷ) ପୋଲସରା ଗ୍ରାମର ସସ୍ମିତା କରଣ(୨୨)ଙ୍କୁ ବିବାହ କରିଥିଲା। ବିବାହ ସମୟରେ ଯଥା ସମ୍ଭବ ଜାନି ଯୌତୁକ ଦିଆଯାଇଥିଲା।

ପୁଲିସ କହିଛି, ପାରିବାରିକ ସମସ୍ୟା ନେଇ ଉଭୟ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ମଝିରେ ମଝିରେ ଝଗଡ଼ା ହୋଇଥାଏ, ଯାହାକି ଆଜି ସନ୍ଧ୍ୟାରେ ମଧ୍ୟ ହୋଇଥିଲା। ଝଗଡ଼ା ପରେ ସସ୍ମିତା ଦଉଡ଼ି ଦେଇ ଆତ୍ମହତ୍ୟା କରିଥିଲା ବୋଲି ଅରୁଣ ପୁଲିସକୁ କହିଛି। ଅନ୍ୟପକ୍ଷରେ ପୁଲିସ ଅରୁଣକୁ ଅଟକ ରଖି ପଚରାଉଚରା କରିଛି। ଘଟଣାର ତଦନ୍ତ ପରେ ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୁଲିସ କହିଛି।

ସମ୍ବନ୍ଧିତ ଖବର