ଧରାକୋଟ: ଗୁଜରାଟର ସୁରଟରେ ଜଣେ ପ୍ରବାସୀ ଓଡ଼ିଆ ଶ୍ରମିକଙ୍କର ମୃତ୍ୟୁ ଘଟିଛି। ପାଣି ମୋଟର ସୁଇଚ୍ ଦେବାକୁ ଯାଇଥିବା ବେଳେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ତାଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ହେଲେ ଗଂଜାମ ଜିଲ୍ଲା ଧରାକୋଟ ବ୍ଲକର ଓଳମ୍ବା ପଞ୍ଚାୟତ ଅନ୍ତର୍ଗତ କସେଇ ଗ୍ରାମର ପୀତବାସ ପଲେଇଙ୍କ ପୁଅ ଶିବରାମ ପଲେଇ (୩୦)।
ଶିବରାମ ଗୁଜୁରାଟର ସୁରଟସ୍ଥିତ ଏକ ସୂତାକଳରେ ଦୀର୍ଘ ଦିନ ଧରି କାମକରି ଆସୁଥିଲେ। ସେ ଅପେକ୍ଷା ନଗର ହାଉସିଂ ବୋର୍ଡରେ ରହୁଥିଲେ। ଗତ ଶନିବାର ରାତି ୯ଟାରେ ପାଣି ମୋଟର ସୁଇଚ ମାରିବା ବେଳେ ଅଚାନକ ବିଦ୍ୟୁତ ସଂସ୍ପର୍ସରେ ଆସି ଗୁରୁତର ହୋଇ ପଡ଼ିଥିଲେ। ତାଙ୍କୁ ତୁରନ୍ତ ନିକଟସ୍ଥ ମେଡ଼ିକାଲକୁ ନିଆଯିବା ପରେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଆଜି ସେଠାକାର ସହଯୋଗୀମାନଙ୍କ ସହାୟତାରେ ସୁରଟରେ ତାଙ୍କର ଶବ ସତ୍କାର କରାଯାଇଛି। ଶିବରାମ ଗରିବ ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିଲେ। ତାଙ୍କରି ମୃତ୍ୟୁରେ ତାଙ୍କ ପରିବାର ଭାଙ୍ଗି ପଡିବା ସହ ବେସାହାରା ହୋଇଯାଇଛନ୍ତି। ସଂପ୍ରତି ତାଙ୍କର ପତ୍ନୀ ଗର୍ଭବତୀ ଅଛନ୍ତି। ଏପରି ଦୁଃଖଦ ସମୟରେ ଶିବରାମଙ୍କ ପରିବାରକୁ ସରକାରୀ ସହାୟତା ପ୍ରଦାନ ପାଇଁ ଗାଁ ଲୋକେ ସରକାରଙ୍କ ନିକଟରେ ଦାବି କରିଛନ୍ତି।
ganjam
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/09/14/new-project-31-2025-09-14-19-56-47.jpg)