ଆସିକା: ଜଣେ ନାବାଳିକା କଲେଜ ପଢ଼ୁଆ ଛାତ୍ରୀ ଜୀବନ ହାରିଥିବା ଜଣାଯାଇଛି। ସେ ନିଜ ଦେହରେ ପେଟ୍ରୋଲ ଢାଳିହୋଇ ନିଆଁ ଲଗାଇ ଦେଇ ପ୍ରାଣ ହରାଇଥିବା ଜଣାଯାଇଛି। ଗଞ୍ଜାମ ଜିଲ୍ଲାର ଭେଟନଇ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା। ସେ ଘଟଣାସ୍ଥଳରେ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି।
ମୃତକ ହେଲେ ପୂଜା ଗୌଡ଼(୧୬)। ଘରେ କେହି ନଥିବା ସମୟରେ ପୂଜା ଏଭଳି କାଣ୍ଡ ଘଟାଇଥିବା ଜଣାଯାଇଛି। ତାଙ୍କ ବାପା ସୁରତରେ କାମ କରୁଛନ୍ତି। ଆତ୍ମହତ୍ୟାର କାରଣ ଜଣାପଡ଼ିନି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/11/fire.jpg)