ଜଗନ୍ନାଥପ୍ରସାଦ: ଜଗନ୍ନାଥପ୍ରସାଦ ଥାନା ଇଲାକା ଏକ ଗ୍ରାମର ଜଣେ ନାବାଳିକାଙ୍କୁ ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଇଲାକାର ଦୁଇ ଜଣ ଯୁବକ ଅପହରଣ କରି ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏନେଇ ଜଗନ୍ନାଥପ୍ରସାଦ ଥାନାରେ କେସ ନମ୍ବର ୧୬୫ ଅନୁସାରେ ଏକ ମାମଲା ରୁଜୁ ହୋଛି। ଆସନ୍ତାକାଲି ନାବାଳିକାଙ୍କ ବୟାନ ରେକର୍ଡ ସହ ଡାକ୍ତରୀ ପରୀକ୍ଷା ହେବ। ଅଭିଯୁକ୍ତଙ୍କୁ ଧରିବାକୁ ତଦନ୍ତ ଜାରି ରହିଥିବା ଥାନା ଅଧିକାରୀ ଅନିରୁଦ୍ଧ ମୁଦୁଲି ସୂଚନା ଦେଇଛନ୍ତି। ଅଭିଯୋଗ ଅନୁସାରେ, ଗତ ୮ ତାରିଖ ରାତିରେ ଦୁଇ ଜଣ ଯୁବକ ନାବାଳିକାଜଣଙ୍କୁ ଅପହରଣ କରିଥିଲେ। ଏହାପରେ ଭୁବନେଶ୍ବର ନେଇ ବରମୁଣ୍ଡା ନିକଟରେ ଏକ ଝୁମ୍ପୁଡ଼ିରେ ରଖି ତାଙ୍କୁ ଦୁଷ୍କର୍ମ କରିଥିଲେ। ପରେ ବରମୁଣ୍ଡା ବସଷ୍ଟାଣ୍ଡରେ ତାଙ୍କୁ ଛାଡ଼ି ପଳାଇଥିଲେ। ସେଠାରୁ ନାବାଳିକାଜଣକ କୌଣସି ମତେ ତାଙ୍କ ସଂପର୍କୀୟଙ୍କ ଘର ସୋରଡ଼ା ଆସି ସବୁ କହିବା ପରେ ଘଟଣା ସାମ୍ନାକୁ ଆସିିଥିଲା। ଘଟଣାର ତଦନ୍ତ ଜାରି ରହିଛି।
ନାବାଳିକାଙ୍କୁ ଅପହରଣ, ଦୁଷ୍କର୍ମ
/sambad/media/post_attachments/wp-content/uploads/2018/10/thief-just-after-raping-women.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)