ଷ୍ଟେସନରୁ ଉତ୍ତରପ୍ରଦେଶର ବାଳକ ଉଦ୍ଧାର

ଛତ୍ରପୁର: ଛତ୍ରପୁର ଷ୍ଟେସନରୁ ଆଜି ଅପରାହ୍ନ ୪ଟାରେ ଜଣେ ୧୨ ବର୍ଷର ବାଳକକୁ ଉଦ୍ଧାର କରାଯାଇଛି। ସେ ଉତ୍ତରପ୍ରଦେଶ ରାଜ୍ୟ ପ୍ରୟାଗ ଜିଲ୍ଲା ଦାନେଚା ଗ୍ରାମର ବାସିନ୍ଦା ବୋଲି ଜଣାପଡ଼ିଛି। ଆଜି ଭୁବନେଶ୍ବର ଅଭିମୁଖେ ଯାଉଥିବା କୋଇଲା ବୋଝେଇ ଟ୍ରେନରୁ ଛତ୍ରପୁର ଷ୍ଟେସନ ଠାରେ ସେ ଓହ୍ଲାଇ ଏଣେତେ‌ଣେ ବୁଲୁଥିଲା। ରେଳବାଇ ଆଉଟ୍ ପୋଷ୍ଟର ହେଡ୍ କନଷ୍ଟେବଲ ଓ୍ବାଇ.ଏସ୍‌.ରାଓ ତାକୁ ଉଦ୍ଧାର କରି ଷ୍ଟେସନ ସୁପରିଟେଣ୍ଡଣ୍ଟ ହରେକୃଷ୍ଣ ସାହୁଙ୍କୁ ଉଦ୍ଧାର କରିଥିଲେ। ପରେ ଏନେଇ ଚାଇଲଡଲାଇନକୁ ଅବଗତ କରାଯାଇ ବାଳକଟିକୁ ହସ୍ତାନ୍ତର କରାଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର