ଏମ୍‌କେସିଜିରୁ ଶିଶୁ ଚୋରି ଘଟଣା : ଶିଶୁ ଉଦ୍ଧାର, ଅଭିଯୁକ୍ତ ମହିଳା ଗିରଫ

ବ୍ରହ୍ମପୁର : ଏମ୍‌କେସିଜି ମେଡିକାଲରୁ ନବଜାତ ଶିଶୁକନ୍ୟା ଚୋରି ଘଟଣାରେ ପୁଲିସ ଶିଶୁକନ୍ୟାକୁ ଉଦ୍ଧାର କରିବା ସହିତ ଜନୈକା ମହିଳାଙ୍କୁ ଗିରଫ କରିଛି। ଗିରଫ ମହିଳାଙ୍କ ନାମ କୁନି ପ୍ରଧାନ(୨୦) ଓ ତାଙ୍କ ଘର ଜରଡ଼ା ଥାନା ନାରାୟଣପୁରରେ। ଉଦ୍ଧାର ଶିଶୁକନ୍ୟାକୁ ତାର ମା’ଙ୍କୁ ହସ୍ତାନ୍ତର କରାଯାଇଥିବା ନେଇ ଏଏସ୍‌ପି ଶାନ୍ତନୁ ଦାଶ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ପୁରୁଷୋତ୍ତମପୁର ବ୍ଲକ ରାମସାନାରାୟଣପୁର ଗ୍ରାମର ଭିକାରୀ ନାହାକଙ୍କ ପତ୍ନୀ ଜ୍ୟୋତି ଗତ ୨୧ ତାରିଖ ରାତିରେ ଘରେ ଏକ ଶିଶୁକନ୍ୟା ଜନ୍ମ ଦେଇଥିଲେ। ଚିକିତ୍ସା ଲାଗି ୨୨ତାରିଖରେ ଉଭୟ ମା’-ଝିଅଙ୍କୁ ପ୍ରଥମେ ପୁରୁଷୋତ୍ତମପୁର ମେଡିକାଲ ଏବଂ ପରେ ଏମକେସିଜି ମେଡିକାଲକୁ ସ୍ଥାନାନ୍ତର କରିିଥିଲେ। ମଧ୍ୟାହ୍ନ ପ୍ରାୟ ସାଢ଼େ ୧୨ଟା ବେଳେ ଭିକାରୀଙ୍କ ମା’ ଗୁରୁବାରୀ ନାହାକ ନବଜାତ ଶିଶୁକୁ ପୋଲିଓ ସହିତ ଅନ୍ୟ ଇଂଜେକ୍ସନ୍‌ ଦେବା ପାଇଁ ନେଇଥିଲେ। ସେ ଆଉଟ୍‌ଡୋର୍‌ ଟିକଟ କରୁଥିବା ସମୟରେ ଜନୈକା ମହିଳା ସହଯୋଗ କରିବା ବାହାନାରେ ଶିଶୁକନ୍ୟାକୁ ଧରି ଚମ୍ପଟ ମାରିଥିଲେ। ଶିଶୁକନ୍ୟାର ବାପା ଭିକାରୀଙ୍କ ଅଭିଯୋଗ କ୍ରମେ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।

ସମ୍ବନ୍ଧିତ ଖବର