ପାତ୍ରପୁର : ମଶାଣିରେ ଶବ ଦାହ ପରେ ସାମାନ୍ୟ ମଦ୍ୟପାନକୁ କେନ୍ଦ୍ର କରି ବଚସା ପରେ ଜଣେ ମାଲଭାଇର କାଠ ଫାଳିଆ ମାଡ଼ରେ ଅନ୍ୟ ଜଣେ ଯୁବକର ମୃତ୍ୟୁ ଘଟିଛି। ଗଞ୍ଜମ ଜିଲ୍ଲା ପାତ୍ରପୁର ବ୍ଲକ୍ ଅଧୀନ ଜରଡ଼ା ଗାଁ ମଶାଣିରେ ଗୌଡ଼ ସାହିର କାଳୁ ନାୟକ (୪୨)ଙ୍କୁ ଏଭଳି ବୀଭତ୍ସ ଭାବେ ହତ୍ୟା ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଦେଇଛି। ଗାନ୍ଧୀ ଜୟନ୍ତୀ ଅବସରରେ ମଦ ଦୋକାନ ବନ୍ଦ ପାଇଁ ବାରଣ ରହିଥିଲେ ମଧ୍ୟ ଆଜି ମଦ ପାଇଁ ଜଣେ ଯୁବକର ଜୀବନ ଯିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ଆଣିିଛି ।
ସୂଚନା ମୁତାବକ, ଗ୍ରାମର ରାମ ନାୟକଙ୍କ ଶବକୁ ସତ୍କାର କରିବା ପାଇଁ ସାହିଭାଇ ମିଶି ସକାଳୁ ଥାନା ଠାରୁ ଅଳ୍ପ ଦୂର ଶ୍ମଶାନକୁ ନେଇଥିଲେ । କିଛି ମାଲଭାଇ ଶବ ସତ୍କାର ପାଇଁ କାଠ ଯୋଗାଡ଼ କରୁଥିବା ବେଳେ ଆଉ କିଛି ମଦ୍ୟପାନରେ ବ୍ୟସ୍ତ ଥିଲେ । ଏତିକି ବେଳେ ମଦ୍ୟପାନକୁ ନେଇ ଗ୍ରାମର ଶିବ ନାୟକ ଓ କାଳୁ ନାୟକଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ବଚସା ଉଗ୍ରରୂପ ନେଇଥିଲା। ଉତ୍ତ୍ୟକ୍ତ ଶିବ ପାଖରେ ଥିବା ଏକ କାଠ ଫାଳିଆରେ କାଳୁଙ୍କ ମୁଣ୍ଡକୁ ପିଟିି ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ କାଳୁ ଟଳି ପଡ଼ିଥିଲେ। ତେବେ ଘଟଣା ପରେ ଅଭିଯୁକ୍ତ ଶିବ ସେଠାରୁ ଚମ୍ପଟ ମାରିବାକୁ ଉଦ୍ୟମ କଲା ବେଳେ ଅନ୍ୟ ମାଲଭାଇମାନେ ତା’କୁ କାବୁ କରିନେଇଥିଲେ। ପରେ ତା’କୁ ଉତ୍ତମ ମଧ୍ୟମ ଦେଇ ଅଟକ ରଖିଥିଲେ। ଖବର ପାଇ ଜରଡ଼ା ଥାନା ପୁଲିସ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଶିବକୁ ଗିରଫ କରିବା ସହ କାଠ ଫାଳିଆକୁ ଜବତ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/10/Swasanare-hatyakanda.jpg)