ଖଣ୍ଡାରେ ହାଣି ଠିକାଦାରଙ୍କୁ ହତ୍ୟା

ଭଂଜନଗର : କବିସୁର୍ଯ୍ୟନଗର ଥାନା ବାଲିଆସରା ପଞ୍ଚାୟତ ଏସ.ନୁଆଗାଁରେ ଠିକାଦାର ପିତବାସ ମଳିକଙ୍କୁ ଆଜି ରାତିରେ କେହି ଖଣ୍ଡାରେ ହାଣି ନିର୍ମମ ହତ୍ୟା କରିଛି। ଘଟଣାସ୍ଥଳରେ କବିସୂର୍ଯ୍ୟନଗର ଥାନା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ହତ୍ୟାର କାରଣ ସ୍ପଷ୍ଟ ହୋଇନାହିଁ। ସୂଚନା ମୁତାବକ ହତ୍ୟାର ଶିକାର ହୋଇଥିବା ଠିକାଦାର କୌଣସି କାମରେ ବାହାରକୁ ଯାଇ ବାଇକ ଯୋଗେ ଗ୍ରାମକୁ ଫେରୁଥିବା ବେଳେ ଘର ନିକଟରୁ ଅନତିି ଦୁରରେ ରାତି ସାଢେ ୧୦ଟା ସମୟରେ ତାଙ୍କୁ ଆକ୍ରମଣ କରି ହତ୍ୟା କରା ଯାଇଛି। ପାଖରେ ମୋଟର ସାଇକଲ ପଡ଼ିଥିବା ବେଳେ ଗ୍ରାମବାସୀ ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ।

ସମ୍ବନ୍ଧିତ ଖବର