ଗଂଜାମ ଜିଲ୍ଲା ପୋଲସରା ଥାନା ଅଧୀନ ବଡ଼ପଙ୍କଳବାଡ଼ି ପଂଚାୟତର ବଡ଼ ରାମଚନ୍ଦ୍ରପୁର ଗ୍ରାମରେ ଜମି ବିବାଦରୁ ହତ୍ୟାକାଣ୍ଡ

ପୋଲସରା/କଳମ୍ବ : ଗଂଜାମ ଜିଲ୍ଲା ପୋଲସରା ଥାନା ଅଧୀନ ବଡ଼ପଙ୍କଳବାଡ଼ି ପଂଚାୟତର ବଡ଼ ରାମଚନ୍ଦ୍ରପୁର ଗ୍ରାମରେ ଜମିଜମାକୁ କେନ୍ଦ୍ର କରି ଆଜି ଏକ ହତ୍ୟାକାଣ୍ଡ ଘଟି ଯାଇଛି। ହତ୍ୟାକାଣ୍ଡ ଘଟାଇବା ପରେ ଅଭିଯୁକ୍ତ ଥାନାରେ ଆତ୍ମସମର୍ପଣ କରିଥିବା ବେଳେ ପୁଲିସ ଗ୍ରାମରେ ପହଞ୍ଚି ତଦନ୍ତ ଚଳାଇଛି।

ଘର ତିଆରି ପାଇଁ ଜମିଜମାକୁ ନେଇ ଗ୍ରାମର ଦୁଇ ପଡ଼ୋଶୀ ବବ୍ରୁ ନାହାକ ଓ କଂଗ୍ରେସ ନାହାକଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ବିବାଦ ଲାଗି ରହିଥିଲା। ଆଜି ସକାଳେ ଉଭୟଙ୍କ ମଧ୍ୟରେ ଏହାକୁ ନେଇ ପୁଣିଥରେ କଥା କଟାକଟି ହୋଇଥିଲା। କିଛି ସମୟ ପରେ ବବ୍ରୁ ଏକ ଶାବଳ ଧରି ଦଶମଇଲି ଛକରେ ପହଞ୍ଚି କଂଗ୍ରେସ ଉପରେ ପ୍ରାଣାନ୍ତକ ଆକ୍ରମଣ କରିଥିଲା। ପରିବାର ଲୋକେ କଂଗ୍ରେସକୁ ସଂଗେ ସଂଗେ ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ କଂଗ୍ରେସଙ୍କ ପତ୍ନୀ ଗୋଲାପ ନାହାକ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ।

ସମ୍ବନ୍ଧିତ ଖବର