ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଦୌରାଜଜ୍ ରୂପଶ୍ରୀ ଚୌଧୁରୀ ଏକ ହତ୍ୟା ମାମଲାର ଶୁଣାଣି କରି ଆବଶ୍ୟକ ସାକ୍ଷ୍ୟ ପ୍ରମାଣ ଆଧାରରେ ହତ୍ୟାକାରୀ ପୂର୍ଣ୍ଣଚନ୍ଦ୍ର ବେହେରାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ପୂର୍ଣ୍ଣ ତାଙ୍କ ସାନ ଭାଇଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ଏହା ସହିତ ୧୦ହଜାର ଟଙ୍କା ଜରିମାନା ଦେବାକୁ କୋର୍ଟ ରାୟ ଦେଇଛନ୍ତି।
ମାମଲାର ବିବରଣୀରୁ ପ୍ରକାଶ ଯେ, ସୀମା ବେହେରା ବଡ଼ପୁଅ କାଳିଆ, ମଝିଆପୁଅ ପୂର୍ଣ୍ଣଚନ୍ଦ୍ର ଓ ସାନପୁଅ ସୁରେନ୍ଦ୍ରଙ୍କ ସହିତ ନେହରୁନଗର ସ୍ଥିତ ରାଜୀବ ଆବାସ କଲୋନିରେ ରହୁଥିଲେ। ସୁରେନ୍ଦ୍ର ଜଣେ ଅଟୋ ଚାଳକ ଥିଲେ। ୨୦୨୩ ଏପ୍ରିଲ ୪ ତାରିଖ ରାତିରେ ସାମାନ୍ୟ କଥାକୁ ନେଇ ଦୁଇଭାଇ ସୁରେନ୍ଦ୍ର ଓ ପୂର୍ଣ୍ଣଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ୫ତାରିଖ ସକାଳୁ ସୀମା କାମରେ ବାହାରକୁ ଚାଲି ଯାଇଥିଲେ। ବଡ଼ପୁଅ କାଳିଆ ମଧ୍ୟ କୌଣସି କାମରେ ବାହାରକୁ ଯାଇଥିଲେ। ସୀମା କାମ ସାରି ଘରକୁ ଫେରି ଦେଖିଲା ବେଳେ ସାନ ପୁଅ ସୁରେନ୍ଦ୍ର ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଘର ଚଟାଣରେ ପଡ଼ିଥିଲେ। ତୁରନ୍ତ ସେ ଥାନାକୁ ଯାଇ ଏ ସମ୍ପର୍କରେ ଅଭିଯୋଗ କରିଥିଲେ। ସେତେବେଳେ ମଝିଆପୁଅ ପୂର୍ଣ୍ଣ ଥାନାରେ ବସିଥିବା ଦେଖିବାକୁ ପାଇଥିଲେ। ରାତିରେ ଗଣ୍ଡଗୋଳ ହୋଇଥିବାରୁ ପୂର୍ଣ୍ଣ ତାଙ୍କର ସାନଭାଇ ସୁରେନ୍ଦ୍ରଙ୍କ ମୁଣ୍ଡରେ ଡମ୍ବଲସ୍ ଛେଚି ହତ୍ୟା କରିଥିବା ପୁଲିସ ଆଗରେ ସ୍ବୀକାର କରିଥିଲେ।
ସୁରେନ୍ଦ୍ର ଜଣେ ଅଟୋ ଚାଳକ ଥିଲେ। ୨୦୨୩ ଏପ୍ରିଲ ୪ ତାରିଖ ରାତିରେ ସାମାନ୍ୟ କଥାକୁ ନେଇ ଦୁଇଭାଇ ସୁରେନ୍ଦ୍ର ଓ ପୂର୍ଣ୍ଣଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ୫ତାରିଖ ସକାଳୁ ସୀମା କାମରେ ବାହାରକୁ ଚାଲି ଯାଇଥିଲେ।
ସେ ନେଇ ଗୋସାଇଁ ନୂଆଗାଁ ଥାନା ପୁଲିସ କେସ୍ ନମ୍ବର ୯୪/୨୩ରେ ପୂର୍ଣ୍ଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଥାନାଧିକାରୀ ତଥା ତଦନ୍ତକାରୀ ଅଧିକାରୀ ସ୍ମୃତିପ୍ରଭା ପ୍ରଧାନ କୋର୍ଟରେ ଚାର୍ଜସିଟ୍ ଦାଖଲ କରିଥିଲେ। ଗତ ପ୍ରାୟ ମାସେ ତଳେ ପୂର୍ଣ୍ଣଙ୍କୁ ଜାମିନ ମିଳିଥିଲା। ମାମଲାର ବିଚାରଣା ବେଳେ ୧୬ଜଣ ସାକ୍ଷୀଙ୍କ ବୟାନ ରେକର୍ଡ଼ କରାଯାଇଥିଲା। ଆବଶ୍ୟକ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି କୋର୍ଟ ଦଣ୍ଡାଦେଶ ଶୁଣାଇଛନ୍ତି। ସରକାରଙ୍କ ପକ୍ଷରୁ ପବ୍ଲିକ ପ୍ରସିକ୍ୟୁଟର(ପିପି) ତ୍ରିଲୋଚନ ପରିଡ଼ା ମକଦ୍ଦମା ପରିଚାଳନା କରିଥିଲେ।