ବ୍ରହ୍ମପୁର: ଗଞ୍ଜାମରେ ବାହାଘର ପାଇଁ ନୂଆ ନିୟମ । ଜିଲ୍ଲାରେ ଏଣିକି ବିବାହ ଆୟୋଜନ କଲେ ପରିବାର ସଦସ୍ୟଙ୍କ ହେବ କରୋନା ଟେଷ୍ଟ। ଏପରିକି ପଜିଟିଭ ଆସିଲେ ବିବାହ ଆୟୋଜନ ପାଇଁ ମିଳିବ ନାହିଁ ଅନୁମତି । କରୋନା ସଂକ୍ରମଣ ବଢୁଥିବାରୁ କଟକଣା ଭିତରେ ବିବାହ କାର୍ଯ୍ୟକ୍ରମ ଆୟୋଜନ ପାଇଁ ସରକାର ଅନୁମତି ଦେଇଛନ୍ତି ।
ବିବାହରେ ସର୍ବାଧିକ ୫୦ ଜଣ ସାମିଲ ହୋଇପାରିବେ ବୋଲି ଅନୁମତି ରହିଛି । ହେଲେ ଗଞ୍ଜାମ ଜିଲ୍ଲା ପ୍ରଶାସନ ଅଧିକ ସତର୍କ ହୋଇଛନ୍ତି ।
ବିବାହ ଆୟୋଜନ କରୁଥିବା ପରିବାର ସଦସ୍ୟଙ୍କ ଆଣ୍ଟିଜେନ ଟେଷ୍ଟ କରିବା ସହ ପଜିଟିଭ ଚିହ୍ନଟ ହେଲେ ବିବାହ ଆୟୋଜନ ପାଇଁ ଅନୁମତି ମିଳିବ ନାହିଁ ବୋଲି କହିଛନ୍ତି ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ । ଏନେଇ ଜିଲ୍ଲାପାଳମାନଙ୍କୁ ଜଣାଇ ଦିଆଯାଇଛି । ସେହିପରି ବିବାହ ବେଳେ କୋଭିଡ ଗାଇଡଲାଇନକୁ ଉଲ୍ଲଂଘନ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାଇ ଦିଆଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/05/chandan-kumar-kavitha-gowda-marriage.jpg)