ଭଞ୍ଜନଗର: ଭଞ୍ଜନଗର ଠାରୁ କନ୍ଧମାଳ ଯିବା ରାସ୍ତାରେ ରହିଛି ମା’ ସୋରାଦେବୀଙ୍କ ପୀଠ। ମନ୍ଦିରଟି ଅତ୍ୟନ୍ତ ମନୋହର ଓ ପ୍ରାକୃତିକ ପରିବେଶରେ ଅବସ୍ଥିତ। ନିଘଞ୍ଚ ଜଙ୍ଗଲରେ ଏହି ମନ୍ଦିରଟି ରହିଥିଲେ ମଧ୍ୟ ପ୍ରତିବର୍ଷ ଦଶହରା ସମୟରେ ଚଳଚଞ୍ଚଳ ହୋଇ ଉଠୁଥିଲା। ନୂତନ ଯାନବାହାନ ପୂଜା କରିବା ସହ ଦଶହରା ସମୟରେ ଏଠାରେ ସ୍ବତନ୍ତ୍ର ପୂଜା ଆୟୋଜନ ହେଉଥିବାରୁ ଶତାଧିକ ଶ୍ରଦ୍ଧାଳୁଙ୍କ ଏଠାରେ ଭିଡ ଦେଖିବାକୁ ମିଳୁଥିଲା। ଚଳିତ ବର୍ଷ କିନ୍ତୁ ନୀରବି ଯାଇଛି ସୋରାଦେବୀଙ୍କ ପୀଠ।
କୋଭିଡ଼ କଟକଣା ପାଇଁ ଭକ୍ତଙ୍କ ଆସିବାକୁ ବାରଣ କରାଯାଇଥିବା ବେଳେ ମନ୍ଦିର ପରିସରରେ କେବଳ ଦେବୀଙ୍କ ରୀତିନୀତିରେ ଦଶହରା ପୂଜା ସମ୍ପନ୍ନ କରାଯାଉଛି। ଏଠାରେ ନବରାତ୍ରର ନବମୀ ଦିନ ମା’ଙ୍କ ପୀଠରେ ଦିନ ତମାମ ହୋମଯଜ୍ଞ କରାଯାଉଥିବାବେଳେ ମାଘ ପୂର୍ଣ୍ଣିମା ଦିନ ମନ୍ଦିରରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଥାଏ। ପୂର୍ବରୁ ଜଙ୍ଗଲ ମଧ୍ୟରୁ ମା’ଙ୍କ ଆର୍ବିଭାବ ଯୋଗୁଁ ବନଦୁର୍ଗା ଭାବେ ମଧ୍ୟ ଏହା ପରିଚିତ।
/sambad/media/post_attachments/wp-content/uploads/2020/10/BNJ-BJ-maa-300x296.jpg)
ଭଞ୍ଜନଗର ଫୁଲବାଣୀ ରାସ୍ତା କଡରେ ହୋଇଥିବାରୁ ପ୍ରତ୍ୟେକ ଦିନ ଶହ ଶହ ଯାତ୍ରୀ ଏହି ରାସ୍ତା ଦେଇ ଯାତାୟତ କରି ଦେବୀଙ୍କ କୃପା ଲାଭ କରୁଥିଲେ। ଏକ ଦୀର୍ଘ ଇତିହାସ ବହନ କରୁଥିବା ସୋରାଦେବୀ ମନ୍ଦିର ଘୁମୁସର ମାଟିର ଅନନ୍ୟ ଶକ୍ତିପୀଠ ଭାବେ ସ୍ବତନ୍ତ୍ରତା ଅର୍ଜନ କରିଛି। ତେବେ ଏଥର କରୋନା କଟକଣା ଯୋଗୁଁ ଏହି ପୀଠଟି ଭକ୍ତଶୂନ୍ୟ ହୋଇଛି |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/BNJ-BJ-soradevi-2.jpg)