ଛାତ୍ରଛାତ୍ରୀଙ୍କୁ କଥା ଦେଇଥିଲେ ୬ ଦିିନ ପରେ ଫେରିବେ, ଆଉ ଫେରିଲେନି ଓଡ଼ିଆ ଅଧ୍ୟାପକ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଳକରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଛାତ୍ରଛାତ୍ରୀଙ୍କୁ କଥା ଦେଇଥିଲେ ଆଉ ମାତ୍ର ୬ ଦିନ ଭିତରେ ଫେରିବେ । କିନ୍ତୁ ଆଉ ଫେରିଲେନି ସମସ୍ତଙ୍କର ପ୍ରିୟ ଅଧ୍ୟାପକ । କରୋନାରେ ଆକ୍ରାନ୍ତ ହୋଇ ବ୍ରହ୍ମପୁର ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଳକ ବିଡିପୁରସ୍ଥିତ ଟିଏସଡି କଲେଜର ଓଡ଼ିଆ ଅଧ୍ୟାପକ ଜୟସେନ ବିଶ୍ୱାଳ ।

ସେ କଲେଜ ପରିଚାଳନା କମିଟି ଅଧୀନରେ କାର୍ଯ୍ୟରତ ଥିବାବେଳେ ଛାତ୍ରଛାତ୍ରୀଙ୍କର ମଧ୍ୟ ଅତ୍ୟନ୍ତ ପ୍ରିୟ ଥିଲେ । ବିଡିପୁରଠାରେ ଏକ କୋଚିଂ ସେଣ୍ଟର ଖୋଲି ଶିକ୍ଷାଦାନ ମଧ୍ୟ କରୁଥିଲେ । କିନ୍ତୁ ୭ ଦିନ ତଳେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସାମାନ୍ୟ ବିଗିଡ଼ିବାରୁ ସେ କୋଚିଂ ବନ୍ଦ କରିବା ସହ ପିଲାଙ୍କୁ କହିଥିଲେ ଆଉ ୬ ଦିନ ପରେ ଆସିବି । କିନ୍ତୁ ଆଉ ସେ ଫେରିନଥିଲେ।

ସମ୍ବନ୍ଧିତ ଖବର