ଭଞ୍ଜନଗର: ଗଂଜାମ ଜିଲ୍ଲା ଭଂଜନଗର ଥାନା ଅଧିନ ଶାଳୁଆପଲ୍ଲୀ ନିକଟରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ମୃତକ ହେଲେ ଆସିକା ଥାନା ଅଧିନ ମୁକୁନ୍ଦପୁର ଗ୍ରାମର ପଦ୍ମଲୋଚନ ଜେନା(୩୨)। ପଦ୍ମଲୋଚନ ଦୀର୍ଘ ବର୍ଷ ହେବ କଣ୍ଟେଇପଲ୍ଲୀ ଠାରେ ରହି ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ। ଗତକାଲି ବିଳମ୍ବିତ ରାତିରେ ଶାଳୁଆପଲ୍ଲୀ ଠାରୁ କଣ୍ଟେଇପଲ୍ଲୀ ଘରକୁ ଚାଲି ଚାଲି ଯାଉଥିଲେଥ। ଏହି ସମୟରେ ଏକ ଅଜଣା ଗାଡି ତାଙ୍କୁ ଧକ୍କା ଦେଇ ଘଟଣାସ୍ଥଳରୁ ପଳାଇଥିଲା। ସେହି ବାଟ ଦେଇ ଯାଉଥିବା କିଛି ଲୋକ ରାସ୍ତାରେ ପଡିଥିବା ଦେଖି ପୁଲିସ୍କୁ ଖବର ଦେଇଥିଲେ। ପୁଲିସ୍‌ ତାଙ୍କୁ ମେଡିକାଲ୍‌ ନେଇଥିବା ବେଲଳେ ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ତାର ମୃତ୍ୟୁ ଘଟିଥିଲା। ଏହାପରେ ପୁଲିସ୍‌ ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା। ଏନେଇ ଥାନାରେ ୫୫୩/୨୦ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ଥାନା ଅଧିକାରୀ ସୁଦିପ୍ତ କୁମାର ସାହୁ ସୁଚନା ଦେଇଛନ୍ତି।