ଗୋପାଳପୁର : ବିବାହ ସାର୍ଟିଫିକେଟ୍ ପ୍ରୋସେସ୍ କରିବା ପାଇଁ ୨୫ଶହ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଗୋପାଳପୁର ଏନ୍ଏସି ଅଫିସ୍ର କମ୍ପ୍ୟୁଟର୍ ପ୍ରୋଗ୍ରାମର୍ ପ୍ରିୟରଂଜନ ମହାରଣା । ଭିଜିଲାନ୍ସ ଟିମ୍ ଲାଞ୍ଚ ବାବଦ ଟଙ୍କା ଜବତ କରି ପ୍ରିୟରଂଜନଙ୍କୁ ଗିରଫ କରିଥିବା ଭିଜିଲାନ୍ସ ଏସ୍.ପି. ଅନୀଲ କୁମାର ପାତ୍ର ସୂଚନା ଦେଇଛନ୍ତି ।
ଗୋପାଳପୁର ଥାନା ଭଞ୍ଜବିହାରର ପ୍ରଫୁଲ୍ଲ ଚନ୍ଦ୍ର ଦାସ ତାଙ୍କର ପୁଅ ସିଦ୍ଧାନ୍ତ କୁମାର ଦାସଙ୍କ ବିବାହ ସାର୍ଟିଫିକେଟ୍ ପାଇଁ ଏନ୍ଏସି ଅଫିସ୍ରେ ଆବେଦନ କରିଥିଲେ। ଏଥିରେ କମ୍ପ୍ୟୁଟର୍ ପ୍ରୋଗ୍ରାମର୍ ପ୍ରିୟରଂଜନ ୨୫ଶହ ଟଙ୍କା ଲାଞ୍ଚ ମାଗିଥିଲେ। ଆଜି ସଂଧ୍ୟାରେ ଶ୍ରୀ ଦାସ ଲାଞ୍ଚ ବାବଦ ଟଙ୍କା ନେଇ ଏନ୍ଏସି ଅଫିସ୍ ଯାଇଥିଲେ। ଟଙ୍କା ଦେଇ ସାରିବା ପରେ ପୂର୍ବରୁ ଛପି ରହିଥିବା ଭିଜିଲାନ୍ସ ବିଭାଗ ସେଠାରେ ଚଢ଼ଉ କରିଥିଲା। ଘଟଣାସ୍ଥଳରୁ ଟଙ୍କା ଜବତ କରି ପ୍ରିୟରଂଜନଙ୍କୁ ଗିରଫ କରିଥିଲା । ପ୍ରିୟରଂଜନଙ୍କ ଘର ନୟାଗଡ଼ ଜିଲ୍ଲା ରଥଗଡ଼ାସାହି ବୋଲି ଭିଜିଲାନ୍ସ ସୂତ୍ରରୁ ପ୍ରକାଶ। ତାଙ୍କର ଅଫିସ୍ ଓ ଗୋପାଳପୁର ସ୍ଥିତ ଭଡ଼ାଘରେ ମଧ୍ୟ ଭିଜିଲାନ୍ସ ଟିମ୍ ଯାଞ୍ଚ କରିଛି ।