ପୂର୍ବ ଶତ୍ରୁତାକୁ ଗୁଳିମାଡ଼, ଜଣେ ଗୁରୁତର

ଶେରଗଡ଼ : ଗଞ୍ଜାମ ଜିଲ୍ଲା ଶୋରଗଡ଼ ଥାନା ଅନ୍ତର୍ଗତ ଗୋଠଗାଁରେ ଆଜି ବିଳମ୍ବିତ ରାତିରେ ଗୁଳିମାଡ଼ ଯୋଗୁ ଜଣେ ଗୁରୁତର ଆହତ ହୋଇଛନ୍ତି। ଆହତ ବ୍ୟକ୍ତି ଜଣଙ୍କ ଯୋଗେନ୍ଦ୍ର ସ୍ୱାଇଁ । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏହି ଘଟଣା ଘଟିଥିବା ଅନୁମାନ କରାଯାଉଛି। ଯୋଗେନ୍ଦ୍ର ଘରେ ଥିବାବେଳେ ୨ ଜଣ ଦୁର୍ବୃତ୍ତ ବାହାରକୁ ଡାକିଥିଲେ। ସେ ବାହାରକୁ ଆସିଥିବା ସମୟରେ ଦୁହେଁ ଗୁଳିମାଡ଼ କରିଥିଲେ। ଫଳରେ, ଗୁଳି ଯୋଗେନ୍ଦ୍ରଙ୍କ ପେଟରେ ବାଜିଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ଼ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିିଛି।

ସମ୍ବନ୍ଧିତ ଖବର