ପୁଲିସର ଉପସ୍ଥିତିରେ ହତ୍ୟା ଅଭିଯୁକ୍ତଙ୍କ ଘର ଜାଳିଦେଲେ ଉତ୍ତ୍ୟକ୍ତ ଗାଁ ଲୋକେ

ବ୍ରହ୍ମପୁର: ପୁଲିସର ଉପସ୍ଥିତିରେ ଉତ୍ତ୍ୟକ୍ତ ଗାଁ ଲୋକେ ହତ୍ୟାକାରୀଙ୍କ ଘର ଜାଳିଦେଇଥିବାର ଖବର ମିଳିଛି। ଏଭଳି ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା କୋଦଳା ଥାନାର ବଙ୍ଗଳା ସାହିରେ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ବିଚ୍ ରାସ୍ତାରେ ହାଣି ହତ୍ୟା କରାଯାଇଛି। ସଂଘବଦ୍ଧ ଭାବେ ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରାଯାଇଥିବାବେଳେ ଏହାକୁ ନେଇ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି।

ବୀଭତ୍ସ ହତ୍ୟାକାଣ୍ଡ ପରେ ତାତି ଉଠିଛନ୍ତି ଗାଁ ଲୋକେ। ଏପରିକି ପୁଲିସ ଉପସ୍ଥିତିରେ ହତ୍ୟାକାରୀଙ୍କ ୪ଟି ଘରକୁ ପୋଡ଼ି ଦେଇଛନ୍ତି। ତେବେ ନିରୁପାୟ ହୋଇ ପୋଲିସ ଜଗିରହିଥିବା ବେଳେ ଲୋକେ ନିଆଁ ହୁଳା ଧରି ଅଭିଯୁକ୍ତଙ୍କ ଚାଳଘର ଉପରକୁ ପକାଉଥିବା ଦେଖିବାକୁ ମିଳିଛି। ଏହି ଘଟଣାକୁ ନେଇ ଗାଁରେ ତୀବ୍ର ଉତ୍ତେଜନା ଦେଖାଦେଇଛି। ଘଟଣାସ୍ଥଳରେ କୋଦଳା ପୁଲିସ ଓ ସ୍ଥାନୀୟ ଲୋକେ ମୁହାଁମୁହିଁ ହୋଇଛନ୍ତି। ଉତ୍ତ୍ୟକ୍ତ ଗାଁ ଲୋକେ ପୁଲିସ ସହ ଧସ୍ତାଧସ୍ତି କରିଛନ୍ତି।

ସମ୍ବନ୍ଧିତ ଖବର