ଗଞ୍ଜାମରେ ୩ ସରପଞ୍ଚ, ୫୭୬ ଓ୍ଵାର୍ଡସଭ୍ୟ ପଦ ପାଇଁ ଭୋଟଗ୍ରହଣ

ଛତ୍ରପୁର :ଗଞ୍ଜାମ ଜିଲ୍ଲାରେ ୩ ସରପଞ୍ଚ ଓ ୫୭୬ ଓ୍ଵାର୍ଡମେମ୍ବର ପଦ ପାଇଁ ନିର୍ବାଚନ ହୋଇଛି। ଏହି ବାବଦରେ ଆଜି ତଥା ଜାନୁୟାରୀ ୧୯ ତାରିଖରେ ଭୋଟ ଗ୍ରହଣ ହୋଇଛି। ଆସନ୍ତାକାଲି ୨୦ ତାରିଖରେ ଗଣତି କାର୍ଯ୍ୟକ୍ରମ ରହିଛି। ଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସମୟରେ ୩ ସରପଞ୍ଚ, ୫୭୬ ଓ୍ଵାର୍ଡମେମ୍ବର ପଦ ପାଇଁ ପ୍ରାର୍ଥିପତ୍ର ପଡ଼ି ନ ଥିଲା। ତେଣୁ ଉକ୍ତ ପଞ୍ଚାୟତ ଗୁଡ଼ିକରେ ନିର୍ବାଚନ ପାଇଁ ନିର୍ବାଚନ କମିସନର ବିଜ୍ଞପ୍ତି ପ୍ରକାଶ କରିଥିଲେ। ଏହା ମଧ୍ୟରୁ ଛତ୍ରପୁର ବ୍ଲକ ୧୬ଟି ପଞ୍ଚାୟତ ମଧ୍ୟରୁ ୧୨ଟି ପଞ୍ଚାୟତରେ ଓ୍ଵାର୍ଡମେମ୍ବର ଅପ୍ରତିଦ୍ୱନ୍ଦ୍ୱୀ ବିଜୟୀ ହୋଇଥିବା ବେଳେ ବିପୁଳିଙ୍ଗି ପଞ୍ଚାୟତ ୪ ନମ୍ବର ଓ୍ଵାର୍ଡ, ବଉଳଗାଁ ପଞ୍ଚାୟତ ୭ ନମ୍ବର ଓ୍ଵାର୍ଡ , ଟାଙ୍ଗଣାପଲ୍ଲୀ ପଞ୍ଚାୟତ ୧୨ ନମ୍ବର ଓ୍ଵାର୍ଡ ଏବଂ ଚିକଲଖଣ୍ଡି ପଞ୍ଚାୟତ ୧୧ ନମ୍ବର ଓ୍ଵାର୍ଡମେମ୍ବର ପାଇଁ ନିର୍ବାଚନ ହୋଇଥିଲା।

ସମ୍ବନ୍ଧିତ ଖବର