ବ୍ରହ୍ମପୁର: ଗଂଜାମ ଜିଲ୍ଲା ସୋରଡ଼ା ବ୍ଳକର ମେରିକୋଟ ପଞ୍ଚାୟତ ଆମ୍ବିଳିଆମ୍ବ ଗାଁରେ ବାସ କରନ୍ତି ପ୍ରାୟ ୪୫ଟି ପରିବାର । ପଞ୍ଚାୟତଠାରୁ ଗାଁର ଦୂରତା ପ୍ରାୟ ୧୫ରୁ ୧୭ କିଲୋମିଟର।ପଞ୍ଚାୟତ ଅଫିସକୁ ଯିବାକୁ ହେଲେ ପାର ହେବାକୁ ପଡ଼େ ଜଙ୍ଗଲି ରାସ୍ତା । ତେଣୁ ରାସ୍ତା ଦେଇ ନିଜ ପଞ୍ଚାୟତ ମୁଖ୍ୟାଳୟକୁ ଯିବାକୁ ନାପସନ୍ଦ କରନ୍ତି ଗ୍ରାମବାସୀ । ନିଜ ଆବଶ୍ୟକତା ପୂରଣ ପାଇଁ ଗାଁରୁ ୨ କିଲୋମିଟର ଦୂରରେ ଥିବା ଗୋଛା ପଂଚାୟତ ଉପରେ ନିର୍ଭର କରନ୍ତି । ଆଉ ଏଠାକୁ ଯିବା ପାଇଁ ଜୀବନକୁ ପାଣି ଛଡାଇ ୧୦୦ ଫୁଟ୍ ଉଚ୍ଚ ‘ଗାର୍ଡ ୱାଲ’ ଉପରେ ଯା’ଆସ କରନ୍ତି ସମସ୍ତେ।
ପ୍ରଶାସନର ବାରଣ ସତ୍ୱେ ଜୀବନକୁ ବାଜି ଲଗାଇ ୧୦୦ ଫୁଟ୍ ଉଚ୍ଚର ‘ଗାର୍ଡ ୱାଲ’ ଯା’ଆସ କରୁଛନ୍ତି କୁନି କୁନି ଛାତ୍ରଛାତ୍ରୀ । ପାଦେ ପାଦେ ବିପଦ; ଭାରସାମ୍ୟ ହରାଇଲେ ତଳକୁ ଖସିପଡ଼ିବା ନିଶ୍ଚିତ । ଏମିତି ଯିବା ବେଳେ ଅନେକ ଥର ଦୁର୍ଘଟଣା ଘଟିଛି । ତଥାପି ଏହି ବିପଦପୂର୍ଣ୍ଣ ଯାତ୍ରା ଜାରି ରହିଛି । କାରଣ ଆମ୍ବିଳିଆମ୍ବ ଗାଁର ଜୀବନ ରେଖା ହେଉଛି ପଦ୍ମାବତୀ ନଦୀ ଉପରେ ଥିବା ହରଭଙ୍ଗି କେନାଲର ଗାଡ଼ୱାଲ। ଗମନାଗମନରଏକମାତ୍ର ଭରସା।
/sambad/media/post_attachments/wp-content/uploads/2020/01/3-14.jpg)
ଗାଁର ଅନ୍ୟପଟେ ରାସ୍ତା ଅଛି, ହେଲେ ସେହି ରାସ୍ତା ଦେଇ ଯା’ଆସ କରିବା ପାଇଁ ଉଚିତ ମଣନ୍ତି ନାହିଁ ଗ୍ରାମବାସୀ । କାରଣ ଘଂଚ ଜଙ୍ଗଲ ଭିତର ଦେଇ ଯାଇଥିବା ରାସ୍ତା କାଠ ମାଫିଆଙ୍କ ରାସ୍ତା ବୋଲି ସ୍ଥାନୀୟ ଲୋକ କହନ୍ତି । ୧୫ କିଲୋମିଟର ଘଂଚ ଜଙ୍ଗଲ ଓ ପଥୁରିଆ ଟାଙ୍ଗରା ରାସ୍ତା ଚାଲିବା ପରେ ପଡେ ଜନବସତି । ଏହି ରାସ୍ତାରେ ଯାତାୟତ ବେଳେ ଜଙ୍ଗଲୀ ଜନ୍ତୁଙ୍କ ଭୟ ବି ରହିଛି । ତେଣୁ ଲୋକେ ବାଛି ନିଅନ୍ତି ଏହି ବିପଦପୂର୍ଣ୍ଣ ରାସ୍ତାକୁ । ଗତ କିଛି ବର୍ଷ ତଳେ ଏଠାରେ ବାରମ୍ବାର ଦୁର୍ଘଟଣା ଘଟିବାରୁ ଏହି ସ୍ଥାନରେ ଗମନାଗମନ ନିଷେଧ କରିଥିଲା ପ୍ରଶାସନ । କେନାଲର ଉଭୟ ପାଶ୍ୱରେ କଂଟା ବାଡ଼ ଦେଇ ରାସ୍ତା ବନ୍ଦ କରାଯାଇଥିଲା । ତଥାପି ପୁଣି ସେହି ରାସ୍ତାରେ ଲୋକେ ଯାତାୟତ କରୁଥିବା ଚିତ୍ର ସାମ୍ନାକୁ ଆସିଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/01/SUTA-GFX.jpg)